କାମରେ ଆସୁନି ବସୁଧା ଟାଙ୍କି
ଯାଜପୁର ଟାଉନ ନିକଟ ପଣଷା ପଞ୍ଚାୟତ ରେ ବସବାସ କରୁଥିବା ଲୋକ ମାନଙ୍କୁ ପିଇବା ପାଣି ଜୋଗାଇ ଦେବା ପାଇଁ ପୂର୍ବ ସରକାର କିଛି ବର୍ଷ ପୂର୍ବେ ଏକ ବଡ଼ ବୋରିଂ ପାଣିର ବ୍ୟବସ୍ତା କରି ଗ୍ରାମବାସିଙ୍କୁ ପିଇବା ପାଣି ଜୋଗାଇଥିଲେ . କିନ୍ତୁ ପାଣିର ପ୍ରେସର ନ ହେବା ରୁ ଯେଉଁ ପାଣି ଟିକକ ଆସିଲା ସେ ପାଣିରେ ଆଇରନ ଭାଗ ଅଧିକା ଥିବାରୁ ଘରେ ବ୍ୟବହାର କରୁଥିବା ପାତ୍ର ହଳଦିଆ ରଙ୍ଗ ପଡ଼ିଯିବାରୁ ଗ୍ରାମବାସି ଜିଲ୍ଲାପାଳଙ୍କୁ ଭେଟିବା ପରେ ସେଠାରେ ଯେଉଁ ଜାଗା ଉପରେ ବୋରିଂ ହୋଇଛି ଠିକ୍ ତାକୁ ଲାଗି ଏକ ବସୁଧା ଯୋଜନାରେ ପାଖାପାଖି ୨୦୦ ଫୁଟ ଉଚ୍ଚର ଏକ ପାଣି ଟାଙ୍କିକରାଯାଇଥିଲା . ଏହା କରିବାର ଉଦ୍ଦେଶ୍ୟ ଥିଲା ପାଣିର ପ୍ରେସର ହେବା ସଙ୍ଗେ ସଙ୍ଗେ ଭଲ ସ୍ୱଚ୍ଛ ପାଣି ଗ୍ରାମ ବାସି ପାଇ ପାରିବେ . ଏହା ଏବେ ଓଲଟା ହେବାର ଦେଖିବାକୁ ମିଳିଛି,ପାଣି ଟାଙ୍କି ର କାମ ଏତେ ନିମ୍ନମାନର ହୋଇଥିବାରୁ ଟାଙ୍କି ଫାଟି ପାଣି ଚାଷ ଜମିରେ ମାଡ଼ୁଛି, ଗ୍ରାମ ବାସି ପାଣି ଟୋପେ ପାଉନାହାନ୍ତି, ଜିଲ୍ଲା ପ୍ରଶାସନ, ଏବଂ ସରପଞ୍ଚ କୁ ଜଣାଇବା ପରେ ମଧ୍ୟ କିଛି ସାହର୍ଯ୍ୟ ମିଳିନଥିଲା, ଏଣୁ ଗ୍ରାମ ବାସି କିଛି ଉପାୟ ନ ପାଇ ନିଜ ଜାଗାରେ ଟ୍ୟୁବ୍ ୱେଲ ବସାଇଲେ, ଦୁର୍ଭାଗ୍ୟ ର ବିଷୟ ଅତ୍ୟଧିକ ଖରା ହେବାରୁ ପାଣିର ଲେୟାର ପାଉ ନ ଥିବାରୁ ଟ୍ୟୁବ୍ ୱେଲ ପାଣି ବାହାରିବା ଠପ୍ ହୋଇ ଜାଇଛି ଏହାଦ୍ୱାରା ପଣଷା ବାଷି ପାଣି ଟୋପେ ପାଇଁ ଡହଳ ବିକଳ ହେବାର ଦେଖିବାକୁ ମିଳିଛି .
ଏବେ ପ୍ରଶ୍ନ ଉଠୁଛି ଖରା ଦିନ ଆରମ୍ଭରୁ ଯଦି ପାଣି ମିଳୁନି ତାହେଲେ ଆଗାମୀ 3 ମାସ କଣ କରିବେ ସ୍ଥାନୀୟ ବାସିନ୍ଦା . ପୂର୍ବ ସରକାର କରିଥିବା ବସୁଧା ଟାଙ୍କି ର କେଳେଙ୍କାରୀ ଉପରେ କି ପଦକ୍ଷେପ ନେବେ ମୋହନ ସରକାର . କିଭଳି ଜନତାଙ୍କୁ ମିଳିପାରିବ ବିଶୁଦ୍ଧ ସ୍ୱଚ୍ଛ ପାଣି ତାହାକୁ ନେଇ ସମସ୍ତଙ୍କ ନଜର ରହିଛି .
