👉 ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ସଂକୁରୁ ଗ୍ରାମରେ ଦଣ୍ଡ ଯାତ୍ରାରେ ପରିବେଷଣ ହେଉଥିବା ରାମାୟଣ ନାଟକ ରେ ହନୁମାନ ଭୂମିକାରେ ଅଭିନୟ କରୁଥିବା କଳାକାର ବେହୋସ.
👉ସଂକୁରୁ ଗ୍ରାମରେ ଭାବସର ଓ କାନକୁଟୁରୁ ର ଦଣ୍ଡ ନାଚ ଚାଲିଥିବାବେଳେ ଉଭୟ ଗ୍ରାମର ରାମାୟଣ ନାଟକ ହୋଇଥିବାରୁ ଉଭୟ ନାଟକ ର ହନୁମାନ ବାହାରି କୁସ୍ତି କରିଥିଲେ

👉ପରେ ଭାବସର ଦଣ୍ଡର ହନୁମାନ ଏକ ନଡ଼ିଆ ଗଛରେ ଚଢି ଦଉଡ଼ିରେ ଖସିବାପାଇଁ ପ୍ରୟାସ କରୁଥିବାବେଳେ ବେହୋସ ହୋଇ ନଡ଼ିଆ ଗଛରେ ଲାଖି ରହିଥିଲା.
👉ଖବର ପାଇ ବୁଗୁଡ଼ା ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ହନୁମାନ କୁ ଉଦ୍ଧାର କରି ବୁଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ.
👉ଅବସ୍ଥା ଶଙ୍କଟାପନ୍ନ ଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି.
