ଫୁଲବାଣୀ (ଫୋକସ ପ୍ଲସ )ଏଠି ଜନତା ତ ଜନତା ପୋଲିସ ବି ସୁରକ୍ଷିତ କେତେ ଏ ଘଟଣାରୁ ଆପଣ ମାନେ ବୁଝିପାରିବେ, କାହିଁକି ପୋଲିସଙ୍କ ପ୍ରତି ଲୋକମାନଙ୍କ ବିଶ୍ୱାସ ହଟିବା ସହ ଏମିତି ବ୍ୟବହାର?
ଶୁକ୍ରବାର ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ଜଣେ କନଷ୍ଟେବଳଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଦୁଇ ଜଣ ଯୁବକ ଛୁରୀରେ ଆକ୍ରମଣ କରିବା ଫଳରେ କନଷ୍ଟେବଳ ଜଣକ ଗୁରୁତର ହୋଇଛନ୍ତି । ଏପଟେ ଦୁଇ ଦୁର୍ବୁତ୍ତଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି । ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୨ଟା ବେଳେ କନଷ୍ଟେବଳ ମନୋରଞ୍ଜନ ସାବତ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ଥିବା ପରିବା ଦୋକାନ ପାଖରେଠିଆ ହୋଇଥିବା ବେଳେ ଦୁଇଜଣ ଯୁବକ ନିଶାଗ୍ରସ୍ତ ଅବସ୍ଥାରେ ଆସି ତାଙ୍କୁ ଆକ୍ରମଣ କରିଥିଲେ । ଶରୀରର ବିଭିନ୍ନ ସ୍ଥାନରେ ଛୁରୀରେ ଆଘାତ କରିବା ସହିତ ତଳେ ପକାଇ ଠେଙ୍ଗାରେ ପିଟିଥିଲେ । ପାଖରେ ଥିବା କିଛି ଲୋକ ଏହା ଦେଖିପାରି ଦୁଇ ଯୁବକଙ୍କୁ ଅଟାକାଇ ଥିଲେ । ସେମାନଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ ଏବଂ ଗୁରୁତର କନଷ୍ଟେବଳଙ୍କୁ ଆଣି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଟାଉନ ପୁଲିସ ପହଞ୍ଚି ଦୁର୍ବୁତ୍ତମାନଙ୍କୁ ଡାକ୍ତରଖାନା ଆଣିଥିଲା ।
