ଦିଲ୍ଲୀପ ରାୟ ନିଶ୍ଚୟ ବିଜୟ ଲାଭ କରିବେ ଏ ବିଶ୍ବାସ ଅଛି :ମୁଖ୍ୟମନ୍ତ୍ରୀ

ଦୁଇ ଜଣ ଯୋଗ୍ୟ ଏବଂ ଅଭିଜ୍ଞ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଯାଉଛି, ଦିଲ୍ଲୀପ ମଧ୍ୟ ନିଜସ୍ବ ଶକ୍ତିରେ ନିର୍ବାଚିତ ହୋଇଥିଲେ:ମୁଖ୍ୟମନ୍ତ୍ରୀ

ଦିଲ୍ଲୀପ ରାୟ ଚତୁର୍ଥ ଆସନ ପାଇଁ ସ୍ବାଧୀନ ଭାବେ ଲଢ଼ିବାକୁ ଘୋଷଣା କରିଛନ୍ତି । ଦଳ ମଧ୍ୟ ତାଙ୍କୁ ସମର୍ଥନ ଦେବାକୁ ଘୋଷଣା କରିସାରିଛି । ଦିଲ୍ଲୀପ ରାୟ ଜଣେ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ରାଜନେତା । ତାଙ୍କର ଅଭିଜ୍ଞତା ଅନେକ । ନିଜସ୍ବ ଶକ୍ତିରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସ୍ପଷ୍ଟ ବହୁମତ ଚତୁର୍ଥ ଆସନ ପାଇଁ ନାହିଁ । ଆମ ଦଳ ସହ ମୁଁ ନିଜେ ମଧ୍ୟ ସହମତ ଅଛି । ସେ ନିଶ୍ଚୟ ବିଜୟ ଲାଭ କରିବେ ଏ ବିଶ୍ବାସ ମଧ୍ୟ ଅଛି ।

ରାଜ୍ୟସଭା ୪ର୍ଥ ସିଟ୍ ଲଢେଇ ଏବେ ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ସ୍ବାଭିମାନର ପ୍ରଶ୍ନ ହୋଇ ଠିଆ ହୋଇଛି । ତେବେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟ ନା ବିରୋଧୀ ବିଜେଡି ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା କିଏ ହାତେଇବ ରାଜ୍ୟସଭାର ଚତୁର୍ଥ ଆସନ ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *