ଧର୍ମ ପରିବର୍ତ୍ତନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ..ଗାଁ ରେ ପୋଲିସ ଛାଉଣୀ  ।

ଆଜି ଗୁଡ଼ଫ୍ରାଇଡେ ଖ୍ରୀଷ୍ଟିଆନ ମାନଙ୍କର ପର୍ବ ଥିବାବେଳେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ମୁଦିନୁଚା ଗ୍ରାମ ର ସାତ ଟି ଖ୍ରୀଷ୍ଟିଆନ ପରିବାର ଚର୍ଚ୍ଚ ରେ ପ୍ରାର୍ଥନା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ସେହି ଗ୍ରାମ ର ଶତାଧିକ ଗ୍ରାମବାସୀ ଚର୍ଚ୍ଚ କୁ ଯାଇ ପ୍ରାର୍ଥନା ବନ୍ଦ କରିବା ସହିତ ଚର୍ଚ୍ଚ ରେ ତାଲା ପକାଇ ଥିଲେ ।  ଯାହା ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଉତେଜନା ମୂଳକ ବାତାବରଣ ସୃଷ୍ଟି ହୋଇଥିଲା । ଖବର ପାଇ ହରିଚନ୍ଦନପୁର ତହସିଲଦାର ହିମାଂଶୁ ଶେଖର ପଣ୍ଡା, ଘଟଗାଁ  SDPO ବିଜୟ ମହାପାତ୍ର, ହରିଚନ୍ଦନପୁର ଥାନା ଭାର ପ୍ରାପ୍ତ ଅଧିକାରୀଣୀ ମିତାଲି ମଧୁଲିତା ବିଶ୍ୱାଳ ସମେତ, ଦୈତାରୀ, ଘଟଗାଁ, ର ବହୁ ପୋଲିସ ଅଧିକାରୀ ସମେତ ଦୁଇ ପ୍ଲାଟୁନ୍ ପୋଲିସ ମଧ୍ୟ ଉପସ୍ଥିତ ଥିଲେ । ଉଭୟ ପକ୍ଷକୁ ନେଇ ଦୀର୍ଘ ସମୟ ହେବ ପ୍ରଶାସନିକ ଅଧିକାରୀ ଓ ଗ୍ରାମ ବାସୀଙ୍କ ଗହଣ ରେ ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ଅନେକ ଆଲୋଚନା ଓ ସମାଲୋଚନା ବୈଠକ ହେବା ପରେ ମଧ୍ୟ କୌଣସି ନିଷ୍କର୍ଷ ସମାଧାନ ହୋଇପାରି ନଥିଲା । ବର୍ତ୍ତମାନ ସୁଦ୍ଧା ଗ୍ରାମରେ ଉତେଜନା ମୂଳକ ବାତାବରଣ ଲାଗି ରହିଛି । ଯେହେତୁ ଏହା କେନ୍ଦୁଝର ଜିଲ୍ଲା  ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଜାତିଭାଇ ମାନେ ନିଜର କେତେଗୁଡ଼ିଏ ଦାବି କୁ ନେଇ ଖ୍ରୀଷ୍ଟ ଧର୍ମ କୁ ବିରୋଧ କରୁଥିବାର ଦେଖିବାକୁ ମିଳିଛି ।

ଏବେ ଦେଖିବାକୁ ବାକି ରହିଲା ଏଭଳି ପରିସ୍ଥିତିରେ କି ପଦକ୍ଷେପ ନେଉଛନ୍ତି ପ୍ରଶାସନିକ ଅଧିକାରୀମାନେ ଏବଂ ସରକାର .

Leave a Reply

Your email address will not be published. Required fields are marked *