ନିଜ ଟଙ୍କା ରେ ଡ୍ରେନ୍ ତିଆରି କଲେ ପଡାବାସୀ

ନୂଆପଡ଼ା ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତା ଡ୍ରେନ୍ ଉପରେ ପଡିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ଅନୁଯାୟୀ ୩୫୩ ନମ୍ବର ଜାତୀୟ ରାଜପଥଠାରୁ ପଡ଼ାକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ବରେ ଥୁବା ଡ୍ରେନ୍ ଘୋଡ଼ଣି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଉକ୍ତ ରାସ୍ତାରେ ପଡାର ୨୦ରୁ ଊର୍ଦ୍ଧ ପରିବାର ନିର୍ଭର କରିବା ସହ ତେଳିପଡାର ଲୋକେ ମଧ୍ୟ ଯାତାୟାତ କରନ୍ତି । ଏହି ସମସ୍ୟା ଯୋଗୁ ଉକ୍ତ ରାସ୍ତାରେ ଗାଡିମୋଟର ଯାତାୟାତ କରିପାରୁ ନାହିଁ

କେବଳ ଚାଲିକରି ଯିବା ସମ୍ଭବ ହେଉଛି । ପଡ଼ାର କେତେଜଣ ଲୋକ ବର୍ତ୍ତମାନ ନିଜ ଘର କାମ କରୁଛନ୍ତି। ଏଥିଲାଗି ଜେସିବି, ଟ୍ରାକ୍ଟର ଯାଉଥିବା ବେଳେ ଗ୍ୟାସ୍ ଗାଡି ଓ ସଫେଇ ଗାଡି  ପଡା ଭିତରକୁ ପଶି ପାରୁନାହିଁ। ଫଳରେ ପଡ଼ାବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହଠାତ୍ କୌଣସି ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଲେ ଆମ୍ବୁଲାନ୍ସ ଆସିପାରିବ ନାହିଁ। ଏହାର ମରାମତି ପାଇଁ ଏଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିଥିବା ବରିଷ୍ଠ ଖବରଦାତା ଡେନିସ ରାୟ ଙ୍କ କହିଲା ପରେ ମଧ୍ୟ କିଛି କାମ ହେଲା ନାହିଁ l ଏହା ଦେଖି ପଡା କିଛି ଯୁବକ ନିଜ ଟଙ୍କା ରେ ଡ୍ରେନ ମରାମତି କରିଛନ୍ତି . ନିଜ ଗାଁ କାମ ନିଜେ କରି ପଡା ବାସି ଏବେ ଚର୍ଚାରେ .

Leave a Reply

Your email address will not be published. Required fields are marked *