ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି । ଘନ ଘନ ନିର୍ବାଚନୀ ରାଲି, ରାଜନୈତିକ ବୟାନବାଜି ଜାରି ରହିଛି । ଆଜି ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତ କରି ମେଦିନୀପୁର ଏବଂ ଅସାନସୋଲରେ ନିର୍ବାଚନୀ ରାଲିରେ ସମ୍ବୋଧନ କରିଛନ୍ତି । ରାଜ୍ୟରେ ଶାସିତ ଟିଏମସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ପଶ୍ଚିମବଙ୍ଗରେ ନିର୍ମମ ଟିଏମସି ସରକାର ଯିବା ଆବଶ୍ୟକ । ଦେଶ ବିକାଶ ପଥରେ ଆଗେଇ ଚାଲିଛି । ଟିଏମସି ପାଇଁ ପଶ୍ଚିମବଙ୍ଗ ପଛରେ ପଡିଛି । ପଶ୍ଚିମବଙ୍ଗ ଏବେ ଅନୁପ୍ରେବଶକାରୀଙ୍କ ପେଣ୍ଠସ୍ଥଳୀ ପାଲଟିଛି ସିଣ୍ଡିକେଟ୍ ଗୁଣ୍ଡାରାଜ ଚଳାଇଛି ଟିଏମସି । ରାଜ୍ୟରେ ଶାସିତ ସରକାର ପଶ୍ଚିମବଙ୍ଗକୁ ମାଛ ଯୋଗାଇପାରୁ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ରାଜ୍ୟବାସୀଙ୍କୁ ୬ଟି ପ୍ରତିଶ୍ରୁତି ଦେଇଛନ୍ତି ।
ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ବଙ୍ଗଳାରେ, ଟିଏମସିର ପାପର ପାତ୍ର ଶେଷରେ ସରିଗଲା । ବଙ୍ଗଳାରେ ପରବର୍ତ୍ତୀ ସରକାର ଏକ ଡବଲ-ଇଞ୍ଜିନ୍ ସରକାର ହେବ । ମେ ୪ ପରେ, ବଙ୍ଗଳା ବିକାଶର ଏକ ନୂତନ ଯୁଗରେ ପ୍ରବେଶ କରିବ । ବଙ୍ଗଳାର ପ୍ରଗତି ପାଇଁ, ଟିଏମସିରୁ ମୁକ୍ତି ଅପରିହାର୍ଯ୍ୟ। ବଙ୍ଗଳାରେ ପରିବର୍ତ୍ତନ ଏବେ ବାସ୍ତବତାରେ ପରିଣତ ହୋଇଛି । ସମଗ୍ର ଅସାନସୋଲ ଏବେ ପରିବର୍ତ୍ତନ ଚାହୁଁଛି । ସମଗ୍ର ବଙ୍ଗଳା ପରିବର୍ତ୍ତନ ଚାହୁଁଛି । ଏହି ନିର୍ମମ ସରକାରରେ ଅନୁପ୍ରେବଶକାରୀଙ୍କ ପେଣ୍ଠସ୍ଥଳୀ ପାଲଟିଛି ସିଣ୍ଡିକେଟ୍ ଗୁଣ୍ଡାରାଜ ଚାଲିଛି । ବିଜେପି ଶାସିତ ରାଜ୍ୟ ବିକାଶ ପଥରେ ଆଗେଇ ଚାଲିଛି । ପଶ୍ଚିମବଙ୍ଗ ଯୁବପିଢ଼ିଙ୍କୁ ଡବଲ୍ ଧୋକା ଦେଇଛି ଟିଏମସି । ଯୁବପିଢ଼ିଙ୍କୁ ଘରୋଇ କମ୍ପାନୀରେ ଚାକିରି ମିଳୁନି । ଯୁବପିଢିଙ୍କ ସ୍ବପ୍ନ ସତ ହେବାକୁ ଦେଇନି ଟିଏମସି ।”
