ଆଗାମୀ ପଞ୍ଚାୟତ ନିର୍ବାଚନ ରେ ବାଜିମାତ କୁ ସୁଦୃଢ କରିବା ନେଇ ସମୀର ଙ୍କ ବୈଠକ
ପ୍ରଭାତୀ ଙ୍କୁ ନେଇ ସମୀର ଙ୍କ ବଡ ବୟାନ : ବିରୋଧ କଲେଣି ଜନତା

ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀ ଗୋପ ବ୍ଳକ୍ ର ୧୪ ଟି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସହ ଆଗ ଧାଡିର ଶତାଧିକ କର୍ମୀ ଙ୍କୁ ନେଇ ରାମଚଣ୍ଡୀ ଖାଲକଟା ପାଟଣା ଠାରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବାଜିମାତ କରିବା ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ସହଯୋଗ କରିବା ନାହିଁ କି ସରପଞ୍ଚ ପ୍ରର୍ଥୀ ବ୍ୟାନରରେ ପ୍ରଭାତୀ ପୋଷ୍ଟର ରହିଲେ ସେ ପ୍ରାର୍ଥୀ ଙ୍କୁ ଜିତାଇ ଦେବା ନାହିଁ । “ପ୍ରଭାତୀ ହଟାଅ ସମୀର ଙ୍କୁ ବଞ୍ଚାଅ”- ନାରାରେ କମ୍ପିଥିଲା ବୈଠକ . ସେପଟେ ସମିର ରଞ୍ଜନ ଦାଶ କୁହନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଧମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ,ନେତୃତ୍ୱରେ ଭାରତୀୟ ଜନତା ପାର୍ଟି କୁ କିପରି ସୁଦୁଢ କରି ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଗୋପ ବ୍ଳକ୍ କୁ ହାତେଇବେ ସେଥିପାଇଁ ଏ ବୈଠକ କରାଯାଇଛି । ଅନ୍ୟ ପକ୍ଷରେ ପ୍ରଭାତୀ ପରିଡାଙ୍କୁ ମୁଁ ବିରୋଧ କରି ନାହିଁ କିନ୍ତୁ ମୋର କର୍ମୀ ମାନେ ବିରୋଧ କରିଛନ୍ତି ।
