ଭିତର ପରିକ୍ରମା ମାର୍ଗରେ କୁକୁର ଧରି ବୁଲିଲେ ଶ୍ରଦ୍ଧାଳୁ

 ଭିତର ପରିକ୍ରମା ମାର୍ଗରେ କୁକୁର ଧରି ବୁଲିଲେ ଶ୍ରଦ୍ଧାଳୁ। ଏହାକୁ ନେଇ କିଛି ସେବାୟତ ଓ ଶ୍ରଦ୍ଧାଳୁ ବିରକ୍ତି ପ୍ରକାଶ କରିଥିଲେ । ପରେ ପୁଲିସ ପହଞ୍ଚି ଏହି ଶ୍ରଦ୍ଧାଳୁଙ୍କୁ ଏଠାରୁ କୁକୁର ସହ ପଳାଇ ଯିବାକୁ କହିଥିଲେ। ବରିଷ୍ଠ ସେବାୟତ ସୁନିଲ ପୂଜାପଣ୍ଡା କହିଛନ୍ତି, ପରିକ୍ରମା ମାର୍ଗରେ ଅଧ୍ୟାତ୍ମିକ ପରିବେଶ ବଜାୟ ରଖିବା ନିମନ୍ତେ ପ୍ରଶାସନ ଯତ୍ନବାନ ହେଉନି। ମହାପ୍ରଭୁଙ୍କ ଭକ୍ତିରେ ଲିନ ଅନେକ ଶ୍ରଦ୍ଧାଳୁ ପରିକ୍ରମା ମାର୍ଗରେ ବସି ଭଜନ, କୀର୍ତ୍ତନ, ପ୍ରବଚନ, ଭାଗବତ ପାଠ କରୁଛନ୍ତି । ହଜାର ହଜାର ଶ୍ରଦ୍ଧାଳୁ ଛାଇରେ ବସି ଧ୍ଵଜା ବନ୍ଧା ଦେଖିବା ସହ ଆର୍ଥତ୍ମିକ ପରିବେଶରେ ଅଧିକ ସମୟ ଜାଟିବାକୁ ଇଛା କରୁଛନ୍ତି । ହେଲେ ଭିତର ପରିକ୍ରମା ମାର୍ଗର ସୁରକ୍ଷା ବ୍ୟବସ୍ଥାକୁ ପ୍ରଶାସନ କଡ଼ାକଡ଼ି କରୁନି । ଭିତର ପରିକ୍ରମା ମାର୍ଗରେ ପଶିବା ନିମନ୍ତେ ଚାରିପାର୍ଶ୍ଵରେ ୧୦ରୁ ଅଧିକ ଗେଟ୍ କରାଯାଇଛି। ଏଠାରେ ସିକ୍ୟୁରିଟି ଓ ପୋଲିସ କର୍ମଚାରୀମାନେ ମୁତୟନ ରହୁଛନ୍ତି । ଡ୍ୟୁଟି ଠିକ୍ ଭାବେ କରାଯାଉନଥିବାରୁ ଗେଟ୍ ଡେଇଁ ଭିତର ପରିକ୍ରମା ମାର୍ଗର ଆଧ୍ୟାତ୍ମିକ ପରିବେଶକୁ ଅନେକ ସଚେତନ ନଥିବା ବ୍ୟକ୍ତି ନଷ୍ଟ କରୁଛନ୍ତି । ସୁଧପୁତ ଅବସ୍ଥାରେ ମହାପ୍ରଭୁଙ୍କ ସାନିଧ୍ୟ ନେବା ନିମନ୍ତେ ଏଠାକୁ ଲୋକେ ଆସିବା କଥା । ହେଲେ କୁକୁର ଧରି ଶ୍ରଦ୍ଧାଳୁ ବେଶରେ ଲୋକେ ପଶିବା ଅତି ଉଦ୍‌ବେଗର ବିଷୟ । ଏଠାରେ ଲୋକେ ଚପଲ ପିନ୍ଧି ମଧ୍ୟ ମହାପ୍ରସାଦ ଖାଉଛନ୍ତି। ଅଶୀଳ ରିଲ୍ସ କରୁଛନ୍ତି । ଏହାକୁ ରୋକ୍ ଲଗାଗଲେ ଭିତର ପରିକ୍ରମା ମାର୍ଗରେ ଆଧ୍ୟାତ୍ମିକ ପରିବେଶ ବଜାୟ ରହିପାରିବ ବୋଲି ଶ୍ରୀ ପୂଜାପଣ୍ଡା କହିଛନ୍ତି।

Leave a Reply

Your email address will not be published. Required fields are marked *