ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ୩ଗୁରୁତର

ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ତଥା ବଡଜାମବଣି ଫାଣ୍ଡି ଅଧୀନ ଚିତ୍ରଡା-ଦାନ୍ତିଆମୁହାଁ ମୁଖ୍ୟ ରାସ୍ତାର ଦୁର୍ଗାପୁର ଛକ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ଶନିବାର ଅପରାହ୍ନରେ ବଡ଼ସାହି ଥାନା ଅଧୀନ ମାଙ୍କଡ଼କେନ୍ଦା ଗ୍ରାମର  ବୁଧୁ ରାମ ଏବଂ ନିଜର ୧୦ବର୍ଷର ନାବାଳିକା ଝିଅ ସୁଭଦ୍ରା  ସେହି ଗ୍ରାମର ନିରଞ୍ଜନ ନାଏକର ପୁଅ ବାବୁଲା ନାଏକ ନିଜର ଓଆର-୦୧ଏନ-୫୦୮୨ ନମ୍ବର ବିଶିଷ୍ଟ ଏକ ବାଇକ ଯୋଗେ ଦାନ୍ତିଆମୁହାଁ ପଟୁ ଚିତ୍ରଡା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଓଡି -୦୧ଏଆର-୯୮୬୦ ନମ୍ବର ବିଶିଷ୍ଟ ଏକ ବାଇକଯୋଗେ ରାସଗୋବିନ୍ଦପୁର ଥାନା ବଡାମପୁର ଫାଣ୍ଡି ଅଧୀନ ବୋଧି ଗ୍ରାମର ରାଜକିଶୋର ସିଂଙ୍କ ପୁଅ ପ୍ରବୀର ସିଂ ଏବଂ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନ ବାରବାଡିଆ ଗ୍ରାମର ମହାବୀର ରାମଙ୍କ ପୁଅ କୁନା ରାମ ଯାଉଥିବା ବେଳେ ଦୁର୍ଗାପୁର ଠାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ଫଳରେ ଉଭୟ ବାଇକରେ ଥିବା ସମସ୍ତେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ଉପରେ ଛିଟିକି ପଡ଼ିଥିଲେ।ଖବରପାଇ ବଡ଼ଜାମବଣି ଫାଣ୍ଡି ଅଧିକାରୀ ଏଏସଆଇ ଭାବଗ୍ରାହୀ ମହାନ୍ତ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ ଉଦ୍ଧାରକରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *