ରାଜକନିକା ତହସିଲ ପରିସରୁ ଦୁଇଟି ବାଲି ବୋଝେଇ ଗାଡ଼ି ଚୋରି ସନ୍ଦେହ ଘେରରେ ତହସିଲ୍ ଦାରଙ୍କ ଭୂମିକା


ଫିଲଡ଼ କାର୍ଯ୍ୟା ଦର୍ଶାଇ ବିଭିନ୍ନ ସମୟରେ ତହସିଲ୍ କାର୍ଯ୍ୟାଳୟରେ ଅନୁପସ୍ଥିତ ରୁହନ୍ତି ମାଡ଼ାମ୍

ହାଇୱାକୁ ନେଇ ଫେରାର ମାରିଲେ l ସୂଚନା ଅନୁସାରେ ଗତମାସ ୨୦ ତାରିଖ ଓଳାଭର ରାସ୍ତା ଦେଇ ଯାଜପୁରରୁ ପ୍ରତେଜ ଦିନ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ କନିକା ତହସିଲଦାର ଭାନୁମତୀ ମାଝୀ ଓ ମାଇନ୍ସ ବିଭାଗ ଅଧିକାରୀ ମାନେ ପହଁଚି ଦୁଇଟି ବାଲିବୋଝେଇ ହାଇୱା ଓ ଗୋଟେ ପଥର ବୋଝେଇ ଗାଡି ଜବତ କରିଥିଲେ l ଗାଡି ଜବତ କରିବା ପରେ କାଗକ ପତ୍ର ଯାଞ୍ଚରୁ ଜଣା ପଡିଥିଲା ବିନା କାଗଜ ପତ୍ରରେ ହାଇୱା ରେ ବାଲି ପଥର ଯାଉଛି l ଉଭୟ ଗାଡ଼ିକୁ ଜବତ କରି ତହସିଲ ପରିସରରେ ରଖାଯାଇଥିଲା l ୨୧ ତାରିଖ ବିଳମ୍ବିତ ରାତିରେ ତହସିଲ ଫାଟକରେ ପଡ଼ିଥିବା ଚେନ ତାଲାକୁ କାଟି ଦୁର୍ବୁର୍ତ୍ତ ଗୋଟେ ବାଲି ଗାଡି କୁ ନେଇ ଯାଇଥିଲେ . ପୁଣି ଠିକ ୨୯ ତାରିଖ ଦିନ ବିଳମ୍ବିତ ରାତିରେ ପାଞ୍ଚଜଣ ଦୁର୍ବୁର୍ତ୍ତ ଗେଟ ଚେନ କାଟି ବାଲି ବୋଝେଇ ଗାଡି (ନମ୍ବର -OD 22AD 6399) ନେବାରେ ସଫଳ ହୋଇଥିଲେ lଏ ବିଷୟରେ ରାଜକନିକା ତହସିଲଦାର ଭାନୁମତୀ ମାଝୀଙ୍କ ଗଣ ମାଧ୍ୟମକୁ ପତିକ୍ରିୟାରେ ସେ କୁହନ୍ତି ଏ ନେଇ ରଜକନିକା ଥାନାରେ ଦୁଇଟି ଏତଲା ହୋଇଛି ବୋଲି l  ଏ ନେଇ ଯେତେବେଳେ ଆମେ ରାଜକନିକା ଥାନା ଅଧିକାରୀ ସଞ୍ଜୟ ମଲିକଙ୍କୁ ଫୋନ୍ ଯୋଗେ   ପଚାରିବାରୁ ସେ କହିଥିଲେ ଯେ ରାଜକନିକା ତହସିଲ ପକ୍ଷରୁ ମଧ୍ୟାହ୍ନ ସମୟରେ  ଗୋଟେ  ଏତଲା ହୋଇଛି l କିନ୍ତୁ ତହସିଲଦାର ପତିକ୍ରିୟାରେ ଦୁଇଟି ହାଇୱା ଗାଡି ନାଁରେ ଏତଲା ହୋଇଥିବା କହିଥିବା ବେଳେ ଥାନା ପକ୍ଷରୁ ଗୋଟେ ଏତଲା ହୋଇଥିବା କହିଛନ୍ତି l

ଏପଟେ ପ୍ରଥମ ଗାଡି ଚୋରୀ ହେବା ଘଟଣା ପରେ ଥାନାଠୁ ମାତ୍ର ୨୦୦ ମିଟର ଦୁର ହୋଉଥିବା ବେଳେ କଣ ପାଇଁ ତହସିଲଦାର ଥାନାର ସହଯୋଗ ନେଲେ ନାହିଁ l ରାତିରେ ଦୁଇଟି ରାତ୍ରି ଜାଗୁଆଳି ଥିବା ବେଳେ କେମିତି ସେମାନଙ୍କ ଆଖିରେ ଧୂଳି ଦେଇ ଗାଡି ନେଇଗଲେ ଦୁର୍ବୁର୍ତ୍ତ ଯାହାକୁ ନେଇ ସାଧାରଣରେ ପ୍ରଶ୍ନ l ୨୧ ତାରିଖରେ ଚୋରୀ ହୋଇଥିବା ସମ୍ବନ୍ଧରେ ଥାନାରେ ଏତଲା ନ ଦିଆଯିବା ଓ ୨୯ ତାରିଖ ଚୋରୀ ଘଟଣାରେ ୩ ତାରିଖରେ ଏତଲା ଦିଆଯିବା ଘଟଣା ନେଇ ତହସିଲଦାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଉକ୍ତ ଘଟଣା ପରେ କନିକା ତହସିଲ୍‌ରେ ଥିବା ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର, ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର୍ ଗୁରୁତ୍ଵପୂର୍ଣ୍ଣ ଜିନିଷପତ୍ର କେତେ ସୁରକ୍ଷିତ ତାହାକୁ ନେଇ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି।



ତେବେ ଆମେ ଏନେଇ ତହସିଲଦାର ଙ୍କୁ ପଚାରିବାରୁ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେବେନି ବୋଲି ମନା କରିଦେଇଥିଲେ ଉକ୍ତ ଘଟଣାରେ ତୁରନ୍ତ ଜିଲ୍ଲାପାଳ  ହସ୍ତକ୍ଷେପ କରି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *