ରାଜ୍ୟସଭା କାର୍ଡ ଖେଳିଲା ବିଜେପି,ମନମୋହନ ଓ ସୁଜିତଙ୍କୁ ପୁରସ୍କାର ଦେଲା ଦଳ।

ଫୋକସ ପ୍ଲସ ବ୍ୟୁର :ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଂସଦ ସୁଜିତ୍ କୁମାରଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି। ଏ ସଂପର୍କରେ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମନମୋହନ ରାଜ୍ୟ ରାଜନୀତିର ଜଣେ ଦକ୍ଷ ନେତା। ତୃଣମୂଳସ୍ତରରୁ ତାଙ୍କର ସାଂଗଠନିକ ଦକ୍ଷତା ରହିଛି। ଧାମନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇ ମନମୋହନ ରାଜ୍ୟ ସରକାରରେ ମନ୍ତ୍ରୀ ଭାର ସମ୍ଭାଳିଥିଲେ।  ଦଳର ବହୁ ପଦ ପଦବୀର ଭାର ମୁଣ୍ଡାଇ ସେ ନିଷ୍ଠାର ସହ ତୁଲାଇଥିଲେ। ନିର୍ବାଚନ ପୂର୍ବରୁ ସଭାପତି ଭାର ତୁଲାଉଥିବା ମନେମାହନଙ୍କୁ ଦଳ ପୁଣି ସଭାପତି ପଦ ଦେଇଥିଲା। ରାଜ୍ୟରେ ବିଜେପି ସରକାର ଗଢ଼ିବାରେ ତାଙ୍କର ଗୁରୁ ଦାୟିତ୍ବ ଥିଲା। ଏପରିକି ୧୯୯୯ରୁ ୨୦୦୪ ଯାଏ ମଧ୍ୟ ମନମୋହନ ଦଳର ସଭାପତି ଦାୟିତ୍ବ ତୁଲାଇଥିଲେ। ସୁଜିତ କୁମାର ବିଜେଡିରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ୨୦୨୪ରେ ସୁଜିତ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏହାପରେ ସେ ପୁଣି ବିଜେପି ଟିକଟରେ ରାଜ୍ୟସଭାକୁ ଯାଇଥିଲେ।

Leave a Reply

Your email address will not be published. Required fields are marked *