ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲଖମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣା ଙ୍କ ବାରିପଟେ ଥିବା ଅସ୍ଥାୟୀ ଲାଟ୍ରିନ ଭିତରୁ ଜଣେ ନାବାଳିକାର ମୃତ ଦେହ ଉଦ୍ଧାର,ମୃତକ ଜଣକ ହେଲେ ଗଣେଶ ଙ୍କ ଭାଣିଜୀ ଅର୍ଚନା ମହାରଣା (10) . ଖବର ନେବାରେ ଜଣା ପଡିଛି ଅର୍ଚନା ବୁଧବାର ଦିନ ଘ .11 ସମୟରୁ ନିଖୋଜ ଥିଲେ . ମାମୁ ଗଣେଶ ଭାଣିଜୀ ଅର୍ଚନା କୁ ଖୋଜାଖୋଜି କରି ନ ପାଇବାରୁ ଦିନ 4 ଟାରେ ସ୍ଥାନୀୟ ଥାନାରେ ରେ ଏକ ନିଖୋଜ ଅଭିଯୋଗ ଦେଇଥିଲେ, ତେବେ ଘରକୁ ଆଶି ଘର ବାରିପଟେ ଥିବା ଅସ୍ଥାୟୀ ଲାଟ୍ରିନ ରେ ଭାଣିଜୀ ଙ୍କ ମୃତ ଦେହ ପଡ଼ିଥିବା ଦେଖିଥିବା ବେଳେ ସେଥିରେ ଏକ ଜରି ପାଲ ଘୋଡା ଯାଇଥିଲା . ଖବର ପାଇ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କା, ବେଳଗୁଣ୍ଠା ରେବତୀ ଶବର, ବୁଗୁଡ଼ା ସୀତାଂଶୁ ଶେଖର ମାନ୍ଧାତା ଭଞ୍ଜନଗର ଏସ ଡି ପିଓ ଡଃ ଦୀପକ କୁମାର ମିଶ୍ର ଘଟଣା ସ୍ଥଳେ ପହଞ୍ଚି ତଦନ୍ତ କରିବା ସହ ମୃତ ଶରୀର କୁ ଜବତ କରି ତଦନ୍ତ ଚଳାଇଛନ୍ତି .
ଲାଟ୍ରିନ ଘରୁ ନିଖୋଜ ନାବାଳିକା ର ମୃତ ଦେହ ଉଦ୍ଧାର
