ସୂର୍ଯ୍ୟ ମନ୍ଦିର ସମ୍ମୁଖରେ  ଦାଦା ବଟି ମାଗିବା କୁ ନେଇ ଛୁରାମାଡ

କୋଣାର୍କ ପୋଲିସ ର ତଦନ୍ତ ଯାରି

ବିଶ୍ଵପ୍ରସିଦ୍ଧ କୋଣାର୍କ ଏବେ ଅଶାନ୍ତ ହେଉଥିବା ଦେଖିବାକୁ ମିଳିଛି । କୋଣାର୍କ ରେ ଦାଦାଗିରି ବଢ଼ୁଥିବା ବେଳେ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ବ୍ୟବସାୟୀ କୁ ଛୁରାମାଡ। ଦିନ ଦି ପହରେ ଛୁରାମାଡ କଲେ ଦୁର୍ବୁତ୍ତ । ସୂଚନା ଅନୁସାରେ  ଆଜି କୋଣାର୍କରେ ବ୍ୟବସାୟୀ ଙ୍କ ଉପରେ ଦାଦା ବଟିକୁ ନେଇ ସୂର୍ଯ୍ୟ ମନ୍ଦିର ସମ୍ମୁଖ ରସ୍ତା ହୋଇଛି ରକ୍ତ ରଂଜିତ । କୋଣାର୍କ ଟୁରିଷ୍ଟ ମାର୍କେଟରେ ବ୍ୟବସାୟ କରୁଥିବା ବିରଞ୍ଚି ସାହୁଙ୍କୁ କିଛି ଅସାମାଜିକ ଲୋକ ଦାଦା ବଟି ମାଗୁଥିଲେ । ଦାଦାବଟି  ନଦେବାରୁ ବିରଞ୍ଚି ଙ୍କୁ ଦୁର୍ବୁତ୍ତ ମାନେ ଦୋକାନ ଭିତରେ ଆକ୍ରମଣ କରିଥିଲେ ପରେ ପ୍ରତିବାଦ କାଟିବାରୁ ତାଙ୍କ ମୁଣ୍ଡକୁ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଥିବାର କୋଣାର୍କ ଥାନାରେ ଅଭିଯୋଗ ହୋଇଛି । ଗୁରୁତର ବ୍ୟବସାୟୀ କୁ ଗୋପ ମେଡ଼ିକାଲରେ ଭର୍ତ୍ତି କାରଯାଇଛି . ଫଳରେ କୋଣାର୍କ ସୂର୍ଯ୍ୟ ମନ୍ଦିର ସମୁଖରେ  ଏକ ପ୍ରକାର ଭୟର ବାତାବରଣ ଦେଖାଯାଇଛି । ଏଠି ପ୍ରଶ୍ନ ଉଠୁଛି ଜଦି ଦିନ ଦ୍ବିପ୍ରହର ରେ ହଜାର ହଜାର ପର୍ଯ୍ୟଟକମାନଙ୍କ ସମୁଖରେ ଦୁର୍ବୁତ୍ତ ମାନେ ଛୁରାମାଡ କରି ଫେରାର ହେଉଛନ୍ତି । ପୋଲିସ କରୁଛି କଣ ? ରାତି ପାଇଲେ କୋଣାର୍କ କୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ  ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଛୁରାମାଡ଼ କରି ଦୁଇ ଦୁର୍ବୁତ୍ତ ଫେରାର ହୋଇଯାଇଥିବା ବେଳେ , କୋଣାର୍କ  ପୋଲିସ ଘଟଣା ସ୍ଥଳରେ  ପହଞ୍ଚି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *