ଦେଶ ବିଦେଶବାଣିଜ୍ୟସ୍ପେସିଆଲ ଷ୍ଟୋରି କାର୍ରେ ୯୦ ମିନିଟ୍ର ଯାତ୍ରା ସରିବ ମାତ୍ର ୭ ମିନିଟ୍ରେ : ୨୦୨୬ରେ ଉଡ଼ିବ ଇଲେକ୍ଟ୍ରିକ୍ ଏୟାର ଟାକ୍ସି Focus PlusNovember 10, 2023November 10, 2023 ନୂଆଦିଲ୍ଲୀ: ଭାରତରେ ୨୦୨୬ ସୁଦ୍ଧା ଇଲେକ୍ଟ୍ରିକ୍ ଏୟାର ଟାକ୍ସି ଉଡ଼ିବ। ଏଥିପାଇଁ ଇଣ୍ଡିଗୋର ମାଲିକାନା ରଖିଥିବା ସଂସ୍ଥା ଇଣ୍ଟରଗ୍ଲୋବ ଓ ଆମେରିକାର ଆର୍ଚର ଆଭିଏସନ ମଧ୍ୟରେ ସହଯୋଗିତା ହୋଇଛି। ଆର୍ଚର ଆଭିଏସନ୍ ଇଲେକ୍ଟ୍ରିକ ଏୟାର ଟାକ୍ସି ବିକାଶ କରୁଛି। ଜନବହୁଳ ସହରଗୁଡ଼ିକରେ ଟ୍ରାଫିକ ଜାମ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଏୟାର ଟାକ୍ସି ତାହାର ସମାଧାନ କରିପାରିବ। କାର୍ରେ ଯେଉଁ ବାଟ ଅତିକ୍ରମ କରିବା ଲାଗି ୯୦ ମିନିଟ୍ ଲାଗୁଛି, ଏୟାର ଟାକ୍ସିରେ ସେଠାରେ ୭ ମିନିଟ୍ରେ ପହଞ୍ଚିହେବ। ଗୋଟିଏ ଏୟାର ଟାକ୍ସି ୪ ଜଣ ଯାତ୍ରୀ ଓ ଜଣେ ପାଇଲଟଙ୍କୁ ନେଇ ଗୋଟିଏ ଚାର୍ଜରେ ୧୬୧ କିମି ଯାତ୍ରା କରିପାରିବ। ଉଭୟ କଂପାନି ମିଶି ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୦ ଏୟାର ଟାକ୍ସି ନେଇ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁରୁ ସେବା ଆରମ୍ଭ କରିବେ। ଇ-ଏୟାର ଟାକ୍ସିକୁ ପଣ୍ୟ ପରିବହନ, ଲଜିଷ୍ଟିକ୍ସ, ମେଡିକାଲ, ଜରୁରୀକାଳୀନ କାର୍ଯ୍ୟ ଏବଂ ଚାର୍ଟର ସେବାରେ ବ୍ୟବହାର କରିବାକୁ ଇଣ୍ଟରଗ୍ଲୋବ ଯୋଜନା ରଖିଛି।
କିପରି ୟୁକ୍ରେନ କୁ ଆକ୍ରମଣ କଲା ଋଷ ? ଋଷ -ୟୁକ୍ରେନ ଯୁଦ୍ଧ : ଋଷିଆ ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ଏବଂ ଏହି ଆକ୍ରମଣକୁ ଯଥାର୍ଥ ବୋଲି କହିଛନ୍ତି…
ପୁଣି ଚମକିବେ ନୀରଜ ନୂଆଦିଲ୍ଲୀ : ଚଳିତ ପ୍ୟାରିସ୍ ଅଲିମ୍ପିକ୍ସରେ ୮୯.୪୫ ମିଟର ଜାଭେଲିନ୍ ଥ୍ରୋ କରି ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ଆଥଲେଟ୍ ନୀରଜ ଚୋପ୍ରା ଖୁବ୍ ଶୀଘ୍ର…
ଆଖୁ ଚାଷ କରି, ଦୁଃଖରେ ଚାଷୀ । ଫୋକସ ପ୍ଲସ 24/4(ଢେଙ୍କାନାଳ): ଆଖୁ ଚାଷ କରି ଚାଷୀ ଉପକୃତ ହେବାପାଇଁ, ଚାଷୀ ନିଜର ଉତ୍ତମ ପ୍ରୟାସ ଜାରି ରଖିଥିବା ବେଳେ, ଆଖୁ ଚାଷୀଙ୍କ ମୁଣ୍ଡରେ ଚଡ଼କ…