ଦେଶ ବିଦେଶବାଣିଜ୍ୟସ୍ପେସିଆଲ ଷ୍ଟୋରି କାର୍ରେ ୯୦ ମିନିଟ୍ର ଯାତ୍ରା ସରିବ ମାତ୍ର ୭ ମିନିଟ୍ରେ : ୨୦୨୬ରେ ଉଡ଼ିବ ଇଲେକ୍ଟ୍ରିକ୍ ଏୟାର ଟାକ୍ସି Focus PlusNovember 10, 2023November 10, 2023 ନୂଆଦିଲ୍ଲୀ: ଭାରତରେ ୨୦୨୬ ସୁଦ୍ଧା ଇଲେକ୍ଟ୍ରିକ୍ ଏୟାର ଟାକ୍ସି ଉଡ଼ିବ। ଏଥିପାଇଁ ଇଣ୍ଡିଗୋର ମାଲିକାନା ରଖିଥିବା ସଂସ୍ଥା ଇଣ୍ଟରଗ୍ଲୋବ ଓ ଆମେରିକାର ଆର୍ଚର ଆଭିଏସନ ମଧ୍ୟରେ ସହଯୋଗିତା ହୋଇଛି। ଆର୍ଚର ଆଭିଏସନ୍ ଇଲେକ୍ଟ୍ରିକ ଏୟାର ଟାକ୍ସି ବିକାଶ କରୁଛି। ଜନବହୁଳ ସହରଗୁଡ଼ିକରେ ଟ୍ରାଫିକ ଜାମ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଏୟାର ଟାକ୍ସି ତାହାର ସମାଧାନ କରିପାରିବ। କାର୍ରେ ଯେଉଁ ବାଟ ଅତିକ୍ରମ କରିବା ଲାଗି ୯୦ ମିନିଟ୍ ଲାଗୁଛି, ଏୟାର ଟାକ୍ସିରେ ସେଠାରେ ୭ ମିନିଟ୍ରେ ପହଞ୍ଚିହେବ। ଗୋଟିଏ ଏୟାର ଟାକ୍ସି ୪ ଜଣ ଯାତ୍ରୀ ଓ ଜଣେ ପାଇଲଟଙ୍କୁ ନେଇ ଗୋଟିଏ ଚାର୍ଜରେ ୧୬୧ କିମି ଯାତ୍ରା କରିପାରିବ। ଉଭୟ କଂପାନି ମିଶି ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୦ ଏୟାର ଟାକ୍ସି ନେଇ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁରୁ ସେବା ଆରମ୍ଭ କରିବେ। ଇ-ଏୟାର ଟାକ୍ସିକୁ ପଣ୍ୟ ପରିବହନ, ଲଜିଷ୍ଟିକ୍ସ, ମେଡିକାଲ, ଜରୁରୀକାଳୀନ କାର୍ଯ୍ୟ ଏବଂ ଚାର୍ଟର ସେବାରେ ବ୍ୟବହାର କରିବାକୁ ଇଣ୍ଟରଗ୍ଲୋବ ଯୋଜନା ରଖିଛି।
ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୯ ଆଇସିସି ଚାଂପିଅନ୍ସ ଟ୍ରଫି -ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୯ ଆଇସିସି ଚାଂପିଅନ୍ସ ଟ୍ରଫି-୮ଟି ଟିମ୍ ୨ଟି ଗ୍ରୁପରେ ବିଭକ୍ତ, ଖେଳାଯିବ ୧୫ଟି ମ୍ୟାଚ୍-ଭାରତ ଖେଳିବାକୁ ଥିବା ସବୁ ମ୍ୟାଚ୍ ଦୁବାଇରେ ଖେଳାଯିବ-ଅନ୍ୟ…
ଦୁଇ ମିରିଗକୁ ଉଦ୍ଧାର କରି ବନବିଭାଗକୁ ଗାଁ ଲୋକ | ଫୋକସ ପ୍ଲସ 24/4(ପୁରୀ):ଚିଲିକା ନୁଆପଡା ବନାଞ୍ଚଳ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ସିପିଆ ଗାଁ ଲୋକଙ୍କ ଦ୍ବାରା ଆହତ ଅବସ୍ଥାରେ ଦୁଇ ମିରିଗକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର…
କାଳିମେଘି ରେ ଦ୍ୱିତୀୟ ଥର ପାଈଁ ମାଗଣା ଚକ୍ଷୁ ଚିକତ୍ସା ଶିବିର ଅନୁଷ୍ଠିତ ଫୋକସ ପ୍ଲସ 26/5/22(ବେଗୁନିଆପଡା):ଏହି ବ୍ଲକ ଅନ୍ତର୍ଗତ କାଳିମେଘି ପଞ୍ଚାୟତର କାଳିମେଘି ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଦ୍ୱିତୀୟ ଥର ପାଈଁ ମାଗଣା ଚକ୍ଷୁ ଚିକିତ୍ସା ଶିବିର…