ଘନଘନ ଜେରା କରିବା ପରେ ଯେଉଁ ସତ୍ୟ ସାମ୍ନାକୁ ଆସିଥିଲା, ତାହା ଶୁଣି ପୁଲିସ ମଧ୍ୟ ଚକିତ ହୋଇଗଲା । 

ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍ କିଲର୍ ଯିଏ ଶିଶୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ, କାରଣ ସେ ସେମାନଙ୍କ ସୌନ୍ଦର‌୍ୟ୍ୟକୁ ପସନ୍ଦ କରୁନଥିଲେ। କିଲର ମହିଳା ଜଣଙ୍କ ସୁନ୍ଦର ଝିଅମାନଙ୍କୁ ପସନ୍ଦ କରୁନଥିଲେ। ସେ ବୋଧହୁଏ ଦେଶର ପ୍ରଥମ ସିରିଏଲ୍ କିଲର୍ ଯିଏ ସମସ୍ତ ପିଲାମାନଙ୍କୁ ପାଣିରେ ବୁଡ଼ାଇ ହତ୍ୟା କରିଥିଲେ। ଏକମାତ୍ର ମାଆ ଯିଏ ତାଙ୍କ ତିନି ବର୍ଷର ପୁଅକୁ ହତ୍ୟା ଏପରି କରିଥିଲେ ଯେ କେହି ତାଙ୍କୁ ସେ କରିଥିବା କିମ୍ବା କରିବାକୁ ଯାଉଥିବା ହତ୍ୟା ବିଷୟରେ ସନ୍ଦେହ ନ କରନ୍ତି।

ସେ ନିଶ୍ଚିତ ଭାବରେ ଜଣେ ମହିଳା ସିରିଏଲ୍ କିଲର୍ କିମ୍ବା ସାଇକୋ କିଲର୍ ଯିଏ କେବଳ ତାଙ୍କ ନିଜ ପରିବାରର ପିଲାମାନଙ୍କୁ ହତ୍ୟା କରିଥିଲେ। ଏଥିରେ ତାଙ୍କ ନିଜ ପୁଅ ମଧ୍ୟ ଅନ୍ତର୍ଭୁକ୍ତ। ଅର୍ଥାତ୍ ତିନି ଝିଅ ଏବଂ ଗୋଟିଏ ପୁଅର ହତ୍ୟା, ଅର୍ଥାତ୍ ମୋଟ ଚାରୋଟି ହତ୍ୟା।

ପୁଲିସ ହେପାଜତରେ ଥିବାବେଳେ ମହିଳା ଜଣଙ୍କ ନିଜ ମୁହଁକୁ ଲୁଚାଉଥିଲେ । ମହିଳା ଜଣଙ୍କ ହେଲେ ହରିୟାଣାର ସୋନିପତର ବାସିନ୍ଦା ପୁନମ୍‌ । ରାଜନୀତି ବିଜ୍ଞାନରେ ସେ ଏମଏ ଏବଂ ତା’ପରେ ବି.ଇଡି ପଢିଛନ୍ତି । ଯାହାର ଅର୍ଥ ସେ ଉଚ୍ଚଶିକ୍ଷିତ । ଏହା ସତ୍ୱେ ଏଭଳି କାଣ୍ଡ ଘଟାଇବା ପୁନମ୍‌ଙ୍କ ନିଷ୍ଠୁରତା, ମାନସିକ ମୋହ କିମ୍ବା ପାଗଳାମି ହୋଇପାରେ । ଏହି ପାଗଳାମିର ସବୁ ସୀମା ଟପିଥିଲା ଡିସେମ୍ବର ୧ରୁ । ପୁନମ ଏବଂ ତାଙ୍କ ସମଗ୍ର ପରିବାର ଏକ ବିବାହ ପାଇଁ ତାଙ୍କ ମାମୁ ଘରକୁ ଆସିଥିଲେ । ଡିସେମ୍ବର ୧ଅପରାହ୍ନରେ ଘରୁ ବିବାହ ଶୋଭାଯାତ୍ରା ବାହାରକୁ ଯାଉଥିଲା । ଘରର ସମସ୍ତ ମହିଳା ଖୁସିରେ ଅତିଥି ଭାବରେ ବରଯାତ୍ରୀରେ ଯୋଗଦେବାକୁ ବାହାରି ଯାଇଥିଲେ । କେବଳ ପୁନମଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଯାଇଥିଲେ ।

ମାମୁଁଙ୍କ ଘରୁ ଫେରିବା ପରେ ପୁନମର ନଜର ପଡିଥିଲା ୬ବର୍ଷର ଝିଅ ବିଧି ଉପରେ । ବିଧିର ସୌନ୍ଦର୍ଯ୍ୟ ଦେଖି ପୁନମଙ୍କ ଭିତରେ ସୈତାନ ଜାଗ୍ରତ ହୋଇଥିଲା । ପୁନମ୍‌ ସୌନ୍ଦର୍ଯ୍ୟକୁ ଘୃଣା କରୁଥିଲେ । ବିବାହ ବରଯାତ୍ରୀରେ ପୁନମ ବିଧିକୁ ଦେଖିବା ମାତ୍ରେ ବିଧି ହଠାତ୍‌ ଅଦୃଶ୍ୟ ହୋଇଗଲା । ଏହାପରେ ଘର ଲୋକମାନେ ବିଧିକୁ ଖୋଜିବା ଆରମ୍ଭ କରିଥିଲେ । କିଛି ଲୋକ ଘରର ଏକ କୋଠରୀରେ ପହଞ୍ଚି ଯାହା ଦେଖିଲେ ତାହା ସମସ୍ତଙ୍କ ହୋସ୍‌ ଉଡାଇ ଦେଇଥିଲା । ସେମାନେ ଦେଖିଲେ ଯେ ଏକ ଟବ୍‌ ଭିତରେ ବିଧିର ମର ଶରୀର ପଡିଛି ।

ପୁଲିସ ଯେତେବେଳେ ଘଟଣା ସ୍ଥଳରେ ପହଞ୍ଚିଥିଲା ପ୍ରଥମ ଦୃଶ୍ୟରେ ପୁଲିସ ବୁଝିଥିଲା ଯେ ଏତେ ଛୋଟ ଟବରେ ୬ବର୍ଷର ପିଲାଟି ନିଜେ ପଡିନଥିବ । ଯେଉଁ ଘରେ ଟବ ଟି ଥିଲା ତାହାର ଦ୍ୱାର ବାହାରୁ ବନ୍ଦ ଥିଲା । ଏହି ଦୁଇଟି ସୁରାକକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ପୁଲିସ କହିଥିଲା ଯେ ପିଲାଟିକୁ କେହି ଜଣେ ହତ୍ୟା କରିଛନ୍ତି । ପୁଲିସ ଘରେ ଥିବା ସମସ୍ତ ମହିଳାଙ୍କୁ ପଚରାଉଚରା କରିଥିଲା । ଏହି ସମୟରେ ଜଣାପଡିଥିଲା ଯେ ପୁନମଙ୍କ କପଡା ଓଦା ଥିଲା । ଅନ୍ୟ ମହିଳାମାନେ ମଧ୍ୟ ପୁନମଙ୍କୁ ପଚାରିଥିଲେ ତମର କପଡା ଓଦା କିପରି ହେଲା । ପୁନମ କିନ୍ତୁ କୌଣସି ବାହାନା କରି ଏଡାଇ ଦେଇଥିଲେ ।

ପୁଲିସ ଛାନଭିନ ଜୋରଦାର କରିବା ପରେ ଜଣାପଡିନଥିଲା ଯେ ପୁନମ ବରଯାତ୍ରୀ ଯାଇନଥିଲା, ସିସିଟିଭରେ ଯାଞ୍ଚ ବେଳେ ଅନେକ ଥର ଯାତାୟାତ କରୁଥିବାର ନଜର ଆସିଥିଲା । ଏବେ ପୁଲିସ ପୁନମଙ୍କ ବାରମ୍ବାର ଜେରା କରିଥିଲା । ଏହି ସମୟରେ ପରିବାର ସଦସ୍ୟ ପୁଲିସୁ ସୂଚନା ଦେଇଥିଲେ ଯେ ଗତ ଦୁଇ ବର୍ଷ ହେବ ପରିବାରର ଅନ୍ୟ ତିନି ଜଣ ଶିଶୁଙ୍କର ମଧ୍ୟ ଠିକ୍‌ ଏଭଳି ଭାବେ ମୃତ୍ୟୁ ହୋଇଛି ।

ପୁନମଙ୍କୁ ଘନଘନ ଜେରା କରିବା ପରେ ଯେଉଁ ସତ୍ୟ ସାମ୍ନାକୁ ଆସିଥିଲା, ତାହା ଶୁଣି ପୁଲିସ ମଧ୍ୟ ଚକିତ ହୋଇଗଲା । ପୁନମ ଜଣେ ସାଇକୋ କିଲର । ଜଣେ ଏଭଳି ସିରିଏଲ୍‌ କିଲର ଯିଏକି ନିଜର ତିନି ବର୍ଷର ପୁଅକୁ ମଧ୍ୟ ହତ୍ୟା କରିବାକୁ ପଛାଇନଥିଲା । ଚାରି ଚାରିଟି ନିଷ୍ପାପ ଶିଶୁଙ୍କୁ କାହିଁକି ହତ୍ୟା କରିଲ ବୋଲି ପୁନମଙ୍କୁ ପୁଲିସ ପହଚାରିଥିଲା । ଉତ୍ତରରେ ପୁନମ କହିଥିଲା ସୁନ୍ଦର ଶିଶୁଙ୍କୁ ମୁଁ ପସନ୍ଦ କରେନାହିଁ । ସେଥିପାଇଁ ସେମାନଙ୍କୁ ହତ୍ୟା କରିଲି, ଏହା ଶୁଣି ପୁଲିସ ମୁଣ୍ଡରେ ହାତ ଦେଇଥିଲା ।
ସୋନିପତରେ ରହୁଥିବା ପୁନମ ପାନିପତରେ ରହୁଥିବା ନିରଜଙ୍କୁ ୨୦୧୯ରେ ବିବାହ କରିଥିଲେ ।

ବିବାହ ପରେ ଶାଶୁଘରେ ରହି ପୁନମ ବିଇଡି ପାଠ ପଢିଥିଲେ । ୨୦୨୦ରେ ତାଙ୍କର ପ୍ରଥମେ ଏକ ପୁଅ ହୋଇଥିଲା । ଯାହାଙ୍କ ନାମ ଶୁଭମ । ଏଯାବତ ପୁନମଙ୍କ ଖୁସିର ସଂସାର ଠିକ୍‌ ଠାକ ରହିଥିଲା । ପୁନମ ନିଜର ବାପାଘରେ ଏବଂ ଶାଶୁ ଘରେ ନିଜକୁ ସବୁଠାରୁ ସୁନ୍ଦର ବୋଲି ମାନୁଥିଲା ଏବଂ ଉଚ୍ଚଶିକ୍ଷିତ ଥିଲା । ପରିବାର ଆଗରେ ପୁନମଙ୍କ ବ୍ୟତୀତ ପିଲାମାନଙ୍କର ସୁନ୍ଦରତାକୁ ନେଇ ପ୍ରଶଂସା ହେବାର ଲାଗିବାକୁ ଏହା ପୁନମଙ୍କୁ କ୍ରୋଧିତ କରିଥିଲା । ପୁନମ ପ୍ରଥମେ ନିଜ ନଣନ୍ଦଙ୍କ ଝିଅକୁ ହତ୍ୟା କରିଥିଲା, ଏହା କରିବା ବେଳେ ଶୁଭମ ଦେଖି ଦେବାରୁ ତାହାକୁ ମଧ୍ୟ ପାଣି ଟାଙ୍କିରେ ବୁଡାଇ ହତ୍ୟା କରିଥିଲା ପୁନମ ।

Leave a Reply

Your email address will not be published. Required fields are marked *