ମୋରଡା ବ୍ଲକ ବାରମାଇଲ ସ୍ଥିତ ୩୦ ଶଯ୍ୟା ବିଶିଷ୍ଟ କିଶାନତାଣ୍ଡି ଡାକ୍ତରଖାନାରେ ସୋମବାର ଦିନ ଏଟିଏଚରକ୍ସ ପରିବାର ଓଡ଼ିଶା ପକ୍ଷରୁ ରାଜ୍ୟ ସଭାପତି ରଘୁନାଥ ପଣ୍ଡା,ସଂଯୋଜକ ଜ୍ୟେତିପ୍ରକାଶ ପାଣିଗ୍ରାହୀ,ଜିଲ୍ଲା ସଭାପତି ରାଜେଶ ମହାନ୍ତ,ସଦସ୍ୟ ସୁଶାନ୍ତ ମହାନ୍ତ,ମାନସ ମହାନ୍ତ,ବୈଦ୍ୟନାଥ ମହାନ୍ତ,ଗୈତମ ଯାଦବ, ବିଶ୍ବରଞ୍ଜନ ମହାନ୍ତ,ପ୍ରକାଶ ମହାନ୍ତ ପ୍ରମୁଖ ଡାକ୍ତରଖାନା ପହଞ୍ଚି ରୋଗୀଙ୍କୁ ଫଳ ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଏଥିସହିତ ଡାକ୍ତରଖାନାରେ ଲାଗିରହିଥିବା ଡାକ୍ତର ସମସ୍ୟା ସହ ଅଲଟ୍ରାସାଉଣ୍ଡ ଓ ଏକ୍ସରେ ମେସିନ କାର୍ଯ୍ୟକ୍ଷମ କରିବା ଦାବିରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦିଆଯାଇଥିବା ଧାରଣାକୁ ଯଥାର୍ଥ ମନେକରି ଏହି ଧାରଣାରେ କିଛି ସମୟ ପାଇଁ ସାମିଲ ହୋଇଥିଲେ। ତେବେ ପ୍ରଚଣ୍ଡ ଖରା ତାତି ସତ୍ତ୍ୱେ ଜେଏମଏମ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଦିଆଯାଇଥିବା ଧାରଣା ଆଜି ୨୮ଦିନରେ ପହଞ୍ଚିଥିବା ବେଳେ ଗୋଟିଏ ପଟେ ଆନ୍ଦୋଳନକାରୀ ତାଙ୍କ ଜିଦରେ ଅଟଳ ଥିବାବେଳେ ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

