କୋଇଲା ଖଣି: ସବୁଦିନ ରାତି ଅନିଦ୍ରା ହୋଇ କୋଇଲା ଗାଡ଼ି ଜଗୁଛନ୍ତି ଗ୍ରାମବାସୀ। ଶିଙ୍ଗାରେଣି କମ୍ପାନୀ ପ୍ରେମରେ ଉବୁଟୁବୁ ପ୍ରଶାସନ ।ବେଆଇନ ଭାବରେ ଲୋକଙ୍କ ଯାତାୟାତ ରାସ୍ତାରେ କୋଇଲା ପରିବହନ କରିବାକୁ ପ୍ରଶାସନର ପ୍ରୟାସ। କମ୍ପାନୀ ପ୍ରେମ ରେ ପଡ଼ି ରାତି ୨ଟାରେ କୋଇଲା ପରିବହନ କରିବାକୁ ସହ ସହ ପୋଲିସ ଆଣୁଛି ପ୍ରଶାସନ। ହଜାର ହଜାର ଲୋକଙ୍କୁ ବଳି ପକାଇ କୋଇଲା ପରିବହନ କରିବାକୁ ଅଣ୍ଟା ଭିଡିଛି ପ୍ରଶାସନ,କିନ୍ତୁ କୋଇଲା ପରିବହନ ନହେଲେ ଆମର ବହୁତ୍ କ୍ଷତି ହେଉଛି। ଅର୍ଥନୀତି ବଢ଼ିବା ପାଇଁ ପାଇଁ କୋଇଲା ପରିବହନ ନିତ୍ୟାନ୍ତ ଜରୁରୀ। ଲୋକ ମରିଗଲେ ଅସୁବିଧା ନାହିଁ କିନ୍ତୁ କୋଇଲା ପରିବହନ ହେବା ଅତ୍ୟନ୍ତ ଜରୁରୀ। ଅନୁଗୋଳ ଜିଲ୍ଲାର କୋସଳା ଗ୍ରାମ ଦେଇ ୬୩ ନମ୍ବର ରାଜ୍ୟ ରାଜପଥରେ କୋଇଲା ପରିବହନ କରିବାକୁ ଚାହୁଁଛି ପ୍ରଶାସନ ।

ଏହାକୁ ନେଇ ଗ୍ରାମବାସୀ ପ୍ରସାଶନ ମଧ୍ୟରେ ୩୮ ଦିନ ହେବ ସଂଘର୍ଷ ଜାରି ରହିଛି। ବାରମ୍ବାର ପ୍ରଶାସନ ପୋଲିସ କୋଇଲା ପରିବହନ କରିବାକୁ ଚାହୁଁଥିବା ବେଳେ ହଜାର ହଜାର ଗ୍ରାମବାସୀ ଏହାକୁ ଶାନ୍ତି ପୂର୍ଣ୍ଣ ଭାବରେ ବିରୋଧ କରିବା ସହ ରାତି ଅନିଦ୍ରା ହୋଇ କୋଇଲା ଟ୍ରକକୁ ଛାଡ଼ି ନଦେବା ପାଇଁ ଜଗି ରହୁଛନ୍ତି। ସେଇଭଳି ବିଳମ୍ୱିତ ରାତି ୨ଟାରେ କୋଇଲା ଟ୍ରକ୍ ନେଇ ପ୍ରଶାସନ ୬୩ ନମ୍ବର ଜାତୀୟ ରାଜପଥକୁ ଧରି ଆସିଥିବା ବେଳେ କୋଶଳା ଚନ୍ଦନ ନଗର ଠାରେ ଶାନ୍ତି ପୂର୍ଣ୍ଣ ଭାବରେ ଗ୍ରାମବାସୀ ବିରୋଧ କରିବା ସହ ରାଜ ରାସ୍ତାରେ ବସି କୋଇଲା ଗାଡ଼ି ଛାଡ଼ି ଦେଇ ନଥିଲେ। ୩ ଘଣ୍ଟା ସମୟ ବିତିଗଲା ପରେ ମଧ୍ୟ କିଛି ନିଷ୍କର୍ଷ ନ ବାହାରିବାରୁ କାନ ମୁଣ୍ଡ ଆଉଁସି ପୋଲିସ ସେଠାରୁ ପଳାଇଯାଇଥିଲା। ଲୋକଙ୍କ ଦାବି ବାଇପାସ ରାସ୍ତା ନିର୍ମାଣ କରି କୋଇଲା ପରିବହନ କରୁ ପ୍ରଶାସନ।
ସାଧାରଣ ଲୋକଙ୍କ ଜୀବନ ସହ ଖେଳ ଖେଳି ଏଭଳି ଲୋକଙ୍କ ଯାତାୟାତ ରାସ୍ତାରେ କୋଇଲା ପରିବହନ କଲେ ଜୀବନ ଦେବୁ ପଛେ କୋଇଲା ପରିବହନ କରାଇଦେବୁ ଦେବୁ ନାହିଁ .କୋଇଲା ଖଣି,
