ରାତି ଅଧରେ ହାତୀ, ଲୋକେ ଭୟଭୀତ

ବୌଦ୍ଧ  ବନଖଣ୍ଡ ଅନ୍ତର୍ଗତ ଗମ୍ଭାରୀପଦର ଗାଁରେ ପୁଣିଥରେ ହାତୀର ଆତଙ୍କ ଦେଖିବାକୁ ମିଳିଛି। ଗାଁରେ ଯେତେବେଳେ ଯାତ୍ରା ଚାଲିଥିଲା, ସେତେବେଳେ ହଠାତ୍ ଗାଁ ମୁଣ୍ଡ ରେ ହାତୀ ଦେଖାଦେବାରୁ ଲୋକମାନଙ୍କ ମଧ୍ୟରେ ଭୟର ପରିସ୍ଥିତି ସୃଷ୍ଟି ହୋଇଥିଲା।ରାତି ଅଧରେ ହାତୀ…..

ଖବର ପାଇ ବୌଦ୍ଧ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଁଚି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି। ତେବେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଏହି ଅଞ୍ଚଳକୁ ହାତୀ ଆସିଥିବା ଦେଖିବାକୁ ମିଳିଛି! ରାତିରେ ପୁଣିଥରେ ହାତୀ ଆସିପାରେ ବୋଲି ଭୟରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏପରିକି 57 ନମ୍ବର ଜାତୀୟ ରାଜପଥ ଉପରେ କିଛି ସମୟ ପର୍ଯ୍ୟନ୍ତ ହାତୀ ଅଟକି ରହିବାରୁ ଯାତାୟାତରେ ମଧ୍ୟ ବାଧା ସୃଷ୍ଟି ହୋଇଥିଲା।

ବନ ବିଭାଗ ପକ୍ଷରୁ ଲୋକମାନଙ୍କୁ ସଚେତନ ରହିବାକୁ ଅନୁରୋଧ କରାଯାଇଛି .ରାତି ଅଧରେ ହାତୀ .

Leave a Reply

Your email address will not be published. Required fields are marked *