ବହୁଦିନ ଧରି ଚାଷ କରି ଆସୁଥିବା ଜମି କୁ ତାଙ୍କଠାରୁ ଛଡ଼ାଇ ନେଇ ଅନ୍ୟ ହାତକୁ ଟେକି ଦେବା ଅଭିଯୋଗ ହୋଇଛି l ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ରେ ଥିବା ଚାଷ ଜମି କୁ ତାଙ୍କଠାରୁ ହଡ଼ପ କରି ସେଠାରେ ମାଟି ପୋତା ଯାଉଥିବା ଅଭିଯୋଗ ଆଣିଛନ୍ତି ଚାଷୀ l ଏନେଇ ବାଲିଗୁଡ଼ା ଉପଜିଲାପାଳ ତଦନ୍ତ କରାଯିବ କହିଛନ୍ତି l
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ BSF କ୍ୟାମ୍ପ ଏବଂ ଆଦର୍ଶ ବିଦ୍ୟାଳୟ ପାଣି ଟାଙ୍କି ପାଖ କୁପୁଡ଼ି ଶାଳ ବଣ କାଟି ଟ୍ରିପ, ଟ୍ରିପ ମାଟି ନେଇ ବିରାଟ ବଡ଼ ଖାଲ ପୋତି ବାକୁ ନେଇ ଅଭିଯୋଗ ହୋଇଛି l ମାଟି ଖୋଳିବା ଏବଂ ପୋତିବା ପାଇଁ କେତେ ଟଙ୍କା ବାନ୍ଧିଛନ୍ତି ତାହା ଜଣା ପଡ଼ୁନାହିଁ . ଏ ବିଷୟ ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ପଚାରିଲେ କେହି ମଧ୍ୟ ଉତ୍ତର ରଖୁ ନାହାନ୍ତି l ବାଲିଗୁଡ଼ା ତହସିଲଦାର ଓ ବାଲିଗୁଡ଼ା ମାଇନିଙ୍ଗ ଅଧିକାରୀ ନୀରବ ରହିବା କଥା ଅଭିଯୋଗ କରିଛନ୍ତି l ବାଲିଗୁଡ଼ା ଦଣ୍ଡପଦର NH 59 ରାସ୍ତା ରେ ଥିବା N4 ର ବ୍ରିଜ ତଳେ ଯାଉଥିବା ଚିର ସ୍ରୋତା ଜଳ ପ୍ରବାହ କୁ ରୋକି କିଛି ପାଇପ ପକାଇ ପାଣିକୁ ଦିଗ ବଦଳାଇ ଖାଲ କୁ ମାଟି ପକାଇ ପୋତା ଯାଇଚି l
ଦୀର୍ଘ 25 ବର୍ଷ ଧରି ଚାଷ କରି ଆସୁଥିବା ଚାଷୀ ଙ୍କ ହାତରୁ ନିଜ ଜମି କିଭଳି ଚାଲିଗଲା ଏବେ ପ୍ରଶ୍ନ କରିଛନ୍ତି ଚାଷୀ l ବିନା ନୋଟିସ ରେ ମିଳିଥିବା ଜମି ପଟା ଅନ୍ୟତ୍ର ନାମରେ କେମିତି ହେଲା ବୋଲି ଅଭିଯୋଗ ଆଣିଛନ୍ତି ଚାଷୀ l ପାଣି ରାସ୍ତା ଛେକିଲେ ଅନ୍ୟ ପଟେ ହୋମ ପାଇପି ପୋତି ପାଣି ରାସ୍ତା କଲେ ଏଥିରେ ବିଲ ମାଲିକ ମାନଙ୍କ ପାଇଁ ସମସ୍ୟା ର କାରଣ ଯେଉଁ ପାଣି ଆଶା କରି ଚାଷ କରୁ ଥିଲେ ସେହି ପାଣି ଆଉ ବିଲ ମାଳକୁ ଆସୁ ନାହିଁ ବୋଲି ଚାଷୀ କହୁଛନ୍ତି l
ଏହି ଘଟଣା କୁ ନେଇ ଜମି ହିତାଧିକାରୀ ମାନେ ଉପଜିଲ୍ଲାପାଳ ଓ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ କରି ଥିଲେ ସୁଦ୍ଧା କୌଣସି କଥା କର୍ଣ୍ଣ ପାତ କରିନାହାଁନ୍ତି ଜିଲ୍ଲାପ୍ରଶାସନ ଅନ୍ୟ ପଟେ ଜିଲା ରାଜସ୍ୱ ବିଭାଗ ଏ ଡି ଏମ୍ ଏହି ଘଟଣାକୁ ନେଇ ତଦନ୍ତ କରିବେ ବୋଲି କହିଛନ୍ତି
ଚାଷ ଜମି କିଭଳି ଅନ୍ୟ ଲୋକଙ୍କୁ ହସ୍ତ ଗତ ହେଲା ଓ ସେଇ ଜାଗାରେ ଏତେ ପରିମାଣ ମାଟି ଆସିଲା କେଉଠୁ ଏହାର ତଦନ୍ତ ହେବା ଦରକାର ବୋଲି ସାଧାରଣ ରେ ଚର୍ଚ୍ଚl ସୃଷ୍ଟି ହେଉଛି ।
