OAS ଅଧିକାରୀ ସ୍ତରରେ ଅଦଳବଦଳ, ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବଙ୍କ ବଦଳି

ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ନୂଆ ଦାୟିତ୍ୱ ଦିଆଇଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ପଦରେ ମଧ୍ୟ ପରିବର୍ତ୍ତନ ଆସିଛି। ଅଦଳବଦଳ ଅନୁସାରେ ତ୍ରିଲୋଚନ ମହାନ୍ତିଙ୍କୁ ଭୁବନେଶ୍ୱର ସ୍ଥିତ ROTIର ଯୁଗ୍ମ ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି। ସେ ଏଣିକି ROTIର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ତୁଲାଇବେ । ପ୍ରଶାସନିକ କାର୍ଯ୍ୟରେ ତାଙ୍କ ଅଭିଜ୍ଞତାକୁ ନୂଆ ଦାୟିତ୍ୱରେ ଉପଯୋଗ କରାଯିବ ବୋଲି ଆଶା କରାଯାଉଛି। ସେହିପରି ଗୀତାଞ୍ଜଳି ନାୟକଙ୍କୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫର୍ମେସନ ଟେକ୍ନୋଲୋଜି (E&IT) ବିଭାଗର ଅତିରିକ୍ତ ସଚିବ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ସୂଚନା ଅନୁସାରେ ପ୍ରଯୁକ୍ତି ଓ ଇ-ଗଭର୍ନାନ୍ସ ସମ୍ପର୍କିତ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବାରେ ତାଙ୍କ ଭୂମିକା ଗୁରୁତ୍ୱ ବହନ କରିବ ।

ଅନ୍ୟପଟେ କୁକୁମିନା ଦାସଙ୍କୁ PD, R&R, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ରକଳ୍ପ ସମ୍ପର୍କିତ ପୁନର୍ବାସ ଓ ଥଇଥାନ କାର୍ଯ୍ୟ ସହ ଜଡ଼ିତ ପ୍ରଶାସନିକ ପଦକ୍ଷେପରେ ତାଙ୍କ ଦାୟିତ୍ୱ ରହିବ। OAS ଅଧିକାରୀ ସ୍ତରରେ ଏହି ଅଦଳବଦଳ ପରେ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି। ନୂଆ ଦାୟିତ୍ୱ ପାଇଥିବା ଅଧିକାରୀମାନେ ନିଜ ଅଭିଜ୍ଞତା ଓ ପ୍ରଶାସନିକ ଦକ୍ଷତାକୁ କାମରେ ଲଗାଇ ସମ୍ପୃକ୍ତ ବିଭାଗର କାର୍ଯ୍ୟକୁ ଆହୁରି ଗତିଶୀଳ କରିବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *