ସାଧାରଣ ଜୈବ ଚିକିତ୍ସା ଓ ବର୍ଜ୍ୟବସ୍ତୁ ଚିକିତ୍ସା ସୁବିଧା ପ୍ଲାଣ୍ଟ କୁ ବନ୍ଦକରିବା ଉଦ୍ଦେଶ୍ୟରେ  ଗ୍ରାମବାସୀ ତରଫରୁ ବିରାଟ ଜନସଭା ଓ ସାମ୍ବାଦିକ ସମ୍ମିଳନୀ

  ତାଳଚେର ଉପଖଣ୍ଡ ସାମିଲ ଥାନା ଅନ୍ତର୍ଗତ ସିପୁର ଗ୍ରାମବାସୀ ତରଫରୁ ଆଜି ବିରାଟ ଜନସଭା ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମିଳିଥିବା ସୂଚନନୁଯାୟୀ, କିଛି ମୁଷ୍ଟିମେୟ ଲୋକ ଓ ପ୍ରଶାସନ ଅଧିକାରୀ ମାନଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ହାତେଇ ସିପୁର  ଗ୍ରାମରେ ସାଧାରଣ ଜୈବ ଚିକିତ୍ସା ଓ ବର୍ଜ୍ୟବସ୍ତୁ ଚିକିତ୍ସା ସୁବିଧା ପ୍ଲାଣ୍ଟ କରିବା ପାଇଁ କମ୍ପାନୀ ସ୍ଥିର କରିଛି । ଯଦି  ଗ୍ରାମରେ ଏହି ଜୈବ ଚିକିତ୍ସା ଓ ବର୍ଜ୍ୟବସ୍ତୁ ଚିକିତ୍ସା ପ୍ଲାଣ୍ଟ ଟି କରାଯାଏ ତାହେଲେ, ଲୋକମାନେ ନାନା ରୋଗର ଶିକାର ହେବେ ବୋଲି ସେମାନେ ହୃଦୟଙ୍ଗମ କରି ସାରିଲେଣି ।

ତେଣୁ  ପରିବେଶ ଓ ଜନ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ  ଉକ୍ତ ପ୍ଲାଣ୍ଟ ଟିକୁ  ଗ୍ରାମରେ କରା ନଯିବା ପାଇଁ ସମଗ୍ର  ଗ୍ରାମବାସୀ ତରଫରୁ କମ୍ପାନୀ କୁ ବିରୋଧ କରିବା ସହ ପ୍ରତିବାଦର ସ୍ୱର ଉଠାଇଛନ୍ତି । ଯଦି କମ୍ପାନୀ କର୍ତ୍ତୃପକ୍ଷ ଏଥିରୁ ନିବୃତ୍ତ ନରହି ଗ୍ରାମରେ ଜୋରଜବରଦସ୍ତ ପ୍ଲାଣ୍ଟ କରିବାକୁ ଉଦ୍ୟମ ଚାଲୁରଖେ, ତାହେଲେ ଆଗକୁ ବିରାଟ ଜନ ଆନ୍ଦୋଳନ ହେବା ସହ ଭୟାଭୟ ପରିସ୍ଥିତି ସୃଷ୍ଟି ହେବ ଏବଂ ସେଥିରେ ଯାହା କ୍ଷତି ହେବ ସେଥିପାଇଁ ପ୍ରଶାସନ ଓ ସରକାର ଦାୟୀ ରହିବେ ବୋଲି ଗ୍ରାମବାସୀ ତରଫରୁ  ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *