
ରାଉରକେଲାରେ ବନ୍ଦ ଘରେ ଶୋଇଥିବାବେଳେ ନିଆଁ ଲାଗି ବାପା ମୃତ, ଅଳ୍ପକେ ବର୍ତ୍ତିଲେ ପୁଅ । ବନ୍ଦ ଘରେ ଶୋଇଥିବାବେଳେ ନିଆଁରେ ପୋଡ଼ି ହୋଇ ୬୦ ବର୍ଷୀୟ ଜିତେନ୍ଦ୍ର ସାହାଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଏକ ଘରେ ପୁଅ ରୋହିତ ଶୋଇଥିବା ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ରାଉରକେଲା ରେଲୱେ କଲୋନୀରେ ଏହି ଅଘଟଣ ହୋଇଛି । ତେବେ କାହିଁକି ଓ କେମିତି ଲାଗିଲା ନିଆଁ ସେନେଇ ତଦନ୍ତ ଆରମ୍ଭ କରିଛି ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ।
