କମିବ ବର୍ଷା, ୧୯ରୁ ମୌସୁମୀ ଲେଉଟାଣି ସମ୍ଭାବନା

ରାଜ୍ୟରେ ଧୀରେ ଧୀରେ କମୁଛି ବର୍ଷା । ପୁଣି ଉପରମୁହାଁ ହୋଇଛି ପାରଦ । ଲଘୁଚାପ ସ୍ଥଳଭାଗ ଛୁଇଁଥିବାରୁ ଓଡ଼ିଶା ଉପରେ କମିଛି ଏହାର ପ୍ରଭାବ ।ତେବେ ମୌସୁମୀ ନିମ୍ନଚାପ ରେଖା ଓ ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପ ଯୋଗୁଁ ଆସନ୍ତା ୨୦ ତାରିଖ ଯାଏଁ କିଛି ସ୍ଥାନରେ ବର୍ଷା ଜାରି ରହିବ । ସେପଟେ ଆସନ୍ତା ୧୯ ତାରିଖ ବେଳକୁ ମୌସୁମୀ ଲେଉଟାଣି ପ୍ରକ୍ରିୟା ଆରମ୍ଭ ହେବା ନେଇ ଅନୁକୂଳ ହେଉଛି ପାଗ । ମଙ୍ଗଳବାର ୧୩ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା । ୩୦ରୁ ୪୦ କିମି ବେଗରେ ବହିପାରେ ପବନ । ଝଡ଼ବର୍ଷାକୁ ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।କଟକରେ ରେକର୍ଡ ହୋଇଛି ରାଜ୍ୟର ସର୍ବାଧିକ ୩୫.୬ ଡିଗ୍ରୀ ତାପମାତ୍ରା ।ବର୍ଷା କମିବା ସହ ବଢ଼ୁଛି ତାତି ।

Leave a Reply

Your email address will not be published. Required fields are marked *