ଆଜି ଭାରତ-ଆଫଗାନିସ୍ତାନ ଦ୍ୱିତୀୟ ଟି-୨୦, ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମୁକାବିଲା । ମ୍ୟାଚଟି ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ ମ୍ୟାଚ୍ । ପ୍ରଥମ ମୁକାବିଲାରେ ୭ ୱିକେଟରେ ବିଜୟୀ ହୋଇ ଭାରତ ୧-୦ରେ ଆଗୁଆ ରହିଛି।ଆଜିର ମ୍ୟାଚ୍ ଜିତି ସିରିଜ୍ ନିଜ ନାଁରେ କରିବା ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ। ପ୍ରଥମ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରିଥିବା ଅଭିଷେକ ଶର୍ମାଙ୍କ ଉପରେ ରହିବ ନଜର। ସେହିପରି ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏକାଦଶରେ ସୁଯୋଗ ପାଇବେ କି ନାହିଁ, ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋରଦାର।ବୈଭବଙ୍କୁ ସୁଯୋଗ ମିଳିଲେ ଭାରତୀୟ ମାଟିରେ ସର୍ବକନିଷ୍ଠ ଖେଳାଳି ଭାବେ ଖେଳିବାର ରେକର୍ଡ କରିପାରନ୍ତି। ଅନ୍ୟପଟେ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ଭାରତୀୟ ଦଳକୁ ଆହୁରି ମଜବୁତ କରିଛି।ଅରୁଣ ଜେଟଲୀ ଷ୍ଟାଡିୟମର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ଥିବା ବେଳେ ସ୍ପିନରଙ୍କୁ ମଧ୍ୟ ସହାୟତା ମିଳିପାରେ। ତେଣୁ ଟସ୍ ଏବଂ ସ୍ପିନ୍ ବୋଲିଂ ଆଜିର ମ୍ୟାଚରେ ନିର୍ଣ୍ଣାୟକ ହୋଇପାରେ। ଏବେ ଅପେକ୍ଷା ଭାରତ ସିରିଜ୍ କବ୍‌ଜା କରିବ ନା ଆଫଗାନିସ୍ତାନ କରିବ ଜୋରଦାର ପ୍ରତ୍ୟାବର୍ତ୍ତନ ?

Leave a Reply

Your email address will not be published. Required fields are marked *