ଅପରାଧରାଜ୍ୟ ଜଟିଳ ହେଉଛି ଧାଡ଼ିଆମ୍ବ ଘଟଣା, ଗିରଫ ସ୍ବାମୀ ଙ୍କ ସ୍ତ୍ରୀ ମୃତ। ପୋଲିସ୍ ମାଡ ମାରିଥିବା ଅଭିଯୋଗ। FOCUS PLUSFebruary 24, 2022 ପାତ୍ରପୁର,୨୪/୦୨ ଜରଡ଼ା ଥାନା ଅନ୍ତର୍ଗତ ଧାଡ଼ି ଆମ୍ବ ଗ୍ରାମର ରାହାସ ଶବର ର ମୃତ୍ୟୁ ପୋଲିସ୍ ମାଡ଼ ରେ ମୃତ୍ୟୁ ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରିବାର ବର୍ଗ। ଘଟଣା ରୁ ପ୍ରକାଶ ଯେ ଗତକାଲି ପାତ୍ରପୁର ବି ଡି ଓ ପ୍ରକାଶ ଚନ୍ଦ୍ର ଦାସ କୁ ଭୋଟର ତାଲିକା ରେ ନାମ ନ ଥିବା ପ୍ରତିବାଦ ରେ ଧାଡ଼ିଆମ୍ବ ଗ୍ରାମବାସୀ ଅପହରଣ କରିଥିଲେ। ପୋଲିସ୍ ଏହି ବିଷୟ କୁ ନେଇ ଦୁଇ ଜଣକୁ ଗିରଫ କରିଥିଲା। ଚକରା ଶବର କୁ ଗିରଫ କଲାବେଳେ ରାହାସ ଶବର ପ୍ରତିରୋଧ କରିବାରୁ ପୋଲିସ୍ ମାଡ ମାରିବା ସହ ରାହାସ ର ଛାତିକୁ ମାରିଥିବା ନେଇ ଚକରା ର ଭାଇ ଖଲି ଶବର ଜରଡ଼ା ଥାନା ରେ ଅଭିଯୋଗ କହିଛନ୍ତି। ଏପଟେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀ ଙ୍କ କଲମ ଛାଡ଼ ଆନ୍ଦୋଳନ ଚାଲିଥିବା ବେଳେ ଧାଡ଼ି ଆମ୍ବ ରେ ରାହାସ ର ମୃତ୍ୟୁ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ର କାରଣ ସାଜିଛି। ଏ ନେଇ ଜରଡ଼ା ଥାନା ରେ ଏକ ଅପମୃତ୍ୟୁ ମାମଲା କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣା ପଡ଼ିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଜଣାପଡ଼ିବ ବୋଲି ଆଇଆଇସି ଭାବା ନନ୍ଦ ପ୍ରଧାନ ପ୍ରକାଶ କରିଛନ୍ତି।
ରାଜା ଚ୍ରକର ସହଯୋଗୀ ସମୀର ଜେନାଙ୍କୁ ବାନ୍ଧିଲା EOW ଭୁବନେଶ୍ୱର ୨୦/୦୩: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତା ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କ ସହଯୋଗୀ ଗିରଫ । ସମୀର ଜେନାଙ୍କୁ ଗିରଫ କଲା ଇଓଡବ୍ଲୁ।…
‘ରେଡ୍ ଫ୍ଲାଗ୍’ ହେଲା, ନାବାଳିକା ଦୁଷ୍କର୍ମ ଘଟଣା ଭୁବନେଶ୍ବର: ଭୁବନେଶ୍ବରରେ ନାବାଳିକା ଦୁଷ୍କର୍ମ ଘଟଣାରେ ‘ରେଡ୍ ଫ୍ଲାଗ୍’ ଶ୍ରେଣୀ ଅନ୍ତର୍ଭୁକ୍ତ ହୋଇଛି। ଏହି ଘଟଣାଟି ସମ୍ବେଦନଶୀଳ ଓ ସ୍ପର୍ଶକାତର ହୋଇଥିବାରୁ କ୍ରାଇମ୍ବ୍ରାଞ୍ଚର ମହିଳା ଓ ଶିଶୁ…
ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଫୋକସ ପ୍ଲସ(ଗଜପତି)୨୯/୦୭/ ୨୦୨୨: ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ନର୍ସିଂ କଲେଜ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟ…