ଅପରାଧରାଜ୍ୟ ଜଟିଳ ହେଉଛି ଧାଡ଼ିଆମ୍ବ ଘଟଣା, ଗିରଫ ସ୍ବାମୀ ଙ୍କ ସ୍ତ୍ରୀ ମୃତ। ପୋଲିସ୍ ମାଡ ମାରିଥିବା ଅଭିଯୋଗ। FOCUS PLUSFebruary 24, 2022 ପାତ୍ରପୁର,୨୪/୦୨ ଜରଡ଼ା ଥାନା ଅନ୍ତର୍ଗତ ଧାଡ଼ି ଆମ୍ବ ଗ୍ରାମର ରାହାସ ଶବର ର ମୃତ୍ୟୁ ପୋଲିସ୍ ମାଡ଼ ରେ ମୃତ୍ୟୁ ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରିବାର ବର୍ଗ। ଘଟଣା ରୁ ପ୍ରକାଶ ଯେ ଗତକାଲି ପାତ୍ରପୁର ବି ଡି ଓ ପ୍ରକାଶ ଚନ୍ଦ୍ର ଦାସ କୁ ଭୋଟର ତାଲିକା ରେ ନାମ ନ ଥିବା ପ୍ରତିବାଦ ରେ ଧାଡ଼ିଆମ୍ବ ଗ୍ରାମବାସୀ ଅପହରଣ କରିଥିଲେ। ପୋଲିସ୍ ଏହି ବିଷୟ କୁ ନେଇ ଦୁଇ ଜଣକୁ ଗିରଫ କରିଥିଲା। ଚକରା ଶବର କୁ ଗିରଫ କଲାବେଳେ ରାହାସ ଶବର ପ୍ରତିରୋଧ କରିବାରୁ ପୋଲିସ୍ ମାଡ ମାରିବା ସହ ରାହାସ ର ଛାତିକୁ ମାରିଥିବା ନେଇ ଚକରା ର ଭାଇ ଖଲି ଶବର ଜରଡ଼ା ଥାନା ରେ ଅଭିଯୋଗ କହିଛନ୍ତି। ଏପଟେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀ ଙ୍କ କଲମ ଛାଡ଼ ଆନ୍ଦୋଳନ ଚାଲିଥିବା ବେଳେ ଧାଡ଼ି ଆମ୍ବ ରେ ରାହାସ ର ମୃତ୍ୟୁ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ର କାରଣ ସାଜିଛି। ଏ ନେଇ ଜରଡ଼ା ଥାନା ରେ ଏକ ଅପମୃତ୍ୟୁ ମାମଲା କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣା ପଡ଼ିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଜଣାପଡ଼ିବ ବୋଲି ଆଇଆଇସି ଭାବା ନନ୍ଦ ପ୍ରଧାନ ପ୍ରକାଶ କରିଛନ୍ତି।
ସାହାଯ୍ୟର ହାତ ବଢ଼ାଇଲେ ପ୍ରଶାସନ ଫୋକସ ପ୍ଲସ(ସିନାପାଲି)୨୫/୦୮/୨୦୨୨: ନୂଆପଡା ଜିଲ୍ଲା ସିନାପାଲି ବ୍ଳକ ଅନ୍ତର୍ଗତ ଟିମନପୁର ଗ୍ରାମରେ ରହନ୍ତି ମତିରାମ ଅଗ୍ରୱ।ଳ ପୁଅ ୬୩ ବର୍ଷ ଓ ଶାନ୍ତି ଅଗ୍ରୱାଲ ମାଆ ୯୫…
ନକଲି ସୁନା ଦେଇ ବ୍ୟାଙ୍କକୁ ଲଗାଉଥିଲେ ଚୁନା । ଫୋକସ ପ୍ଲସ 7/12/2022(ସୁବର୍ଣ୍ଣପୁର): ନକଲି ସୁନା ଦେଇ ବ୍ୟାଙ୍କକୁ ଲଗାଉଥିଲେ ଚୁନା ।ଶେଷର ବନ୍ଧା ହେଲେ। ନକଲି ସୁନା ବନ୍ଧକ ରଖି ୫୨ ଲକ୍ଷ ଟଙ୍କାର ଋଣ…
ପୁଲୱାମା-ଉରି ଆତଙ୍କବାଦୀଙ୍କ ଖେଳ ସମାପ୍ତ ହୋଇଛି, ହାଫିଜଙ୍କ ଘନିଷ୍ଠ ବନ୍ଧୁଙ୍କ ମୃତ୍ୟୁ ହୋଇଛି | ନୂଆଦିଲ୍ଲୀ18/12/2023; ପାକିସ୍ତାନରେ ଆଉ ଜଣେ ବଡ ଆତଙ୍କବାଦୀ ନିହତ ହୋଇଛନ୍ତି। ଲଶ୍କର-ଏ-ତାଇବା ଆତଙ୍କବାଦୀ ହବିବୁଲ୍ଲାଙ୍କୁ ପାକିସ୍ତାନର ଜଣେ ଅଜ୍ଞାତ ବନ୍ଧୁକଧାରୀ ହତ୍ୟା କରିଥିଲେ। ତେବେ ଲଶ୍କର ଆତଙ୍କବାଦୀ…