ଦିନେ ହସର ହାଟ ବସାଇ ଲୋକଙ୍କୁ ହସେଇ ହସେଇ ବେଦମ କରୁଥିବା ଦମ୍ପତି ବି ହତାଶର ଶିକାର ହେବେ ଆଉ ସେମାନଙ୍କ ସତ ସତିକା ଘର କଳି କାହାଣୀ ଲୋକ ଜାଣିବେ, ମଜା ନେବେ ଆଉ ହସିବେ… ଏକଥା କେହି ବି କଳ୍ପନା କରିନଥିବେ । ହେଲେ ଆଜି ଦିନ ତମାମ କମେଡିଆନ ଦମ୍ପତି ବର୍ଷା-ଗୁଲୁଆଙ୍କ ବିବାଦ ଏବଂ ଘରୋଇ ଡ୍ରାମା ସୋସିଆଲ ମିଡିଆ ସହ ବିଭିନ୍ନ ମିଡିଆରେ ଚର୍ଚ୍ଚା ହେବା ପରେ ଉଭୟ ଗୁଲୁଆ ଏବଂ ବର୍ଷା ପ୍ରତିକ୍ରିୟା ରଖି ନିଜ ନିଜ ବୟାନ ଦେଇଥିଲେ । ହେଲେ ପୁଣି ଥରେ ବର୍ଷା ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଗୁଲୁଆଙ୍କ ଉପରେ ବର୍ଷିଛନ୍ତି ।
ଟଙ୍କା ନେଇ ଫେରାଉନାଁହାନ୍ତି ଗୁଲୁଆ: ବର୍ଷା
