ଫୋକସ ପ୍ଲସ (କଣ୍ଟାବାଞ୍ଜି ) ବିବାହର ୧୪ ପରେ ପ୍ରେମିକ ସହ ଫେରାର ହୋଇଛି ସ୍ତ୍ରୀ। ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା କର୍ଲା ଗାଁର ମୁକେଶ ବିଶ୍ୱାଳ ଗତ ୮ ତାରିଖରେ କଣ୍ଟାବାଞ୍ଜି ସହରର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ତେବେ ଗତ ୧୮ ତାରିଖ ଦିନରେ ନବ ବଧୂଙ୍କ ଦୁଇଭାଇ ତାଙ୍କୁ ଘରକୁ ଲେଉଟାଣି ଡାକି ଥିଲେ। ତେବେ ନିଜ ବାପ ଘରକୁ ଲେଉଟାଣି ଆସି ଯୁବତୀ ଜଣକ ଫେରାର ମାରିଥିବା ଜଣାପଡିଛି। ତେବେ ତାଙ୍କ ବସ୍ତିର ପ୍ରଶାନ୍ତ ମଜଖଣ୍ଡ ଯୁବତୀକୁ ନେଇ ଫେରାର ହୋଇଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି। ତେବେ ଯୁବତୀ ଫେରାର ଥିବା ନେଇ ପରିବାର ଲୋକେ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଛନ୍ତି। ତେବେ କଣ୍ଟାବାଞ୍ଜି ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି। ତେବେ ଫେରାର ଯୁବତୀ ଜଣକ ଶ୍ୱଶୁର ଘର ତରଫରୁ ମିଳିଥିବା ପ୍ରାୟ ତିନି ଲକ୍ଷ ଟଙ୍କାର ସୁନା ଓ କୋଡିଏ ହଜାର ଟଙ୍କା ନେଇ ଫେରାର ମାରିଥିବା ମଧ୍ୟ କୁହାଯାଉଛି।
ବାହାଘରର ୧୦ ଦିନ ପରେ ବାପ ଘରକୁ ବୁଲିବାକୁ ଆସି ପ୍ରେମିକ ସହ ଯୁବତୀ ଫେରାର
