ରିକ୍ସାଚାଳକର ଗଳା କାଟିଲା ମଦ୍ୟପ ଯୁବକ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଧୀନସ୍ତ ଶେରଗଡ଼ ବଜାରରେ ପଟାରିକ୍ସା ଚାଳକ ଭାବେ କାମ କରୁଥିବା ରାମଗିରୀ ଗ୍ରାମର ଟୁନା ପ୍ରଧାନଙ୍କୁ ସେହି ଗ୍ରାମର ସନ୍ତୋଷ କୁମାର ଗୌଡ଼ ନିସାଶକ୍ତ ଅବସ୍ଥାରେ ଗଳାକୁ କାଟିଦେଇଛନ୍ତି । ତେବେ ପନିପରିବା ଗାଡିରୁ ପରିବା ଓଲ୍ହାଉଥିବା ଘଟଣାକୁ କେନ୍ଦ୍ର କରି ଏକ ଚାକୁ ମାଧ୍ୟମରେ ଟୁନା ପ୍ରଧାନଙ୍କ ଗଳାକୁ କାଟିଦେଇଥିବା ଘଟଣା ସହରରେ ଭୟର ବାତାବରଣ ସୃଷ୍ଟି କରିଛି । ଘଟଣା ସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ରିକ୍ସା ଚାଳକମାନେ ଟୁନା ପ୍ରଧାନଙ୍କୁ ସ୍ଥାନୀୟ ଶେରଗଡ଼ ମେଡିକେଲ କୁ ନେଇଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର M.K.C.G କୁ ସ୍ଥାନାନ୍ତର କରାଯାଇଛି । ତେବେ ଆକ୍ରମଣକାରୀ ଯୁବକକୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *