ଓଡ଼ିଶାକୁ ଘାରିଛି ଏବେ ପୁଣି ବାତ୍ୟାର ଚିନ୍ତା । ପ୍ରତିବର୍ଷ ବାତ୍ୟାରେ ବେହାଲ ହୋଇଥାଏ ଓଡ଼ିଶା । ହୋଇଯାଏ ସବୁ କିଛି ଛାରଖାର । ତେବେ ପୁଣି ବାତ୍ୟାର ତାଣ୍ଡବ ଓଡିଶା ଛାତିରେ ହେବାକୁ ଯାଉଛି । ପୂର୍ବାନୁମାନ କରୁଥିବା ପାଣିପାଗ ବିଭାଗର କଥା ହୋଇଛି ସତ । ଆସୁଛି ପ୍ରଳୟକାରୀ ବାତ୍ୟା । ଓଡ଼ିଶାରେ ରଚିବ ତାଣ୍ଡବ । ବାତ୍ୟା ପ୍ରଭାବରେ ହେବ ସବୁ କିଛି ଛାରଖାର । ଓଡ଼ିଶା ମୁହାଁ ହେଉଛି ମାଲାକ୍କା । ପାଣିପାଗ ବିଭାଗର ଅନୁମାନ ହୋଇଛି ସତ । ତୀବ୍ର ବେଗରେ ଓଡ଼ିଶା ଆଡ଼କୁ ମୁହାଁଉଛି ବାତ୍ୟା ମାଲାକ୍କା । ଗତକାଲିି ଲଘୁଚାପରେ ପରିଣତ ହୋଇଛି ଘୂର୍ଣ୍ଣିବଳୟ । ଆସନ୍ତା ୨୬ତାରିଖ ବେଳକୁ ନେଇପାରେ ବାତ୍ୟାର ରୂପ । ଏହି ବାତ୍ୟା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଆସନ୍ତାକାଲିକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ପରବର୍ତ୍ତୀ ୪୮ଘଣ୍ଟାରେ ବାତ୍ୟାର ରୂପ ନେବ ରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏବେ ବାତ୍ୟାର ଗତିପଥ, ତୀବ୍ରତାକୁ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଛି ସ୍ପଷ୍ଟ ଚିତ୍ର । ୨୬ରେ ଏହି ବାତ୍ୟା ନେବ କରାଳ ରୂପ । ୯୦କି.ମି. ବେଗରେ ଛୁଟି ଆସିବ ସାମୁଦ୍ରିକ ପବନ । ଝଟକା ପବନର ବେଗ ସର୍ବାଧିକ ୧୦୦କି.ମି ରହିବ । ୨୫ତାରିଖ ସନ୍ଧ୍ୟାରୁ ପବନର ବେଗ ବଢିବା ସହ ୫୦ରୁ ୬୦କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଥିବା ସତର୍କ କରିଛି ପାଣିପାଗ ବିଭାଗ । ୨୯ ଓ ୩୦ରେ ନେଇପାରେ ଭୟଙ୍କର ବାତ୍ୟାର ରୂପ । ୨୬ତାରିଖ ସକାଳେ ୮୦କି.ମି ଓ ୨୭ ସକାଳେ ୮୦ରୁ ୯୦କି.ମି. ରହିପାରେ ପବନର ବେଗ । ୨୭ ତାରିଖ ବେଳକୁ ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଡ ବର୍ଷା ର ଭୟ ରହିଛି । ଏହାର ପ୍ରଭାବରେ ଆଣ୍ଡାମାନ, ନିକୋବର ଦୀପପୁଞ୍ଜରେ ଜୋରଦାର ବର୍ଷା ଆରମ୍ଭ ହୋଇଗଲାଣି ।ଯାହାକୁ ନେଇ ସତର୍କ କରିଛନ୍ତି ପାଣିପାଗ ବିଭାଗ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ, ଏଣୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ତେବେ ଏହି ବାତ୍ୟାର କେତେ ପ୍ରଭାବ ଓଡ଼ିଶାରେ ରହିବ ତାହା ଆଗକୁ ଜଣାପଡିବ ।
ଆସୁଛି ବାତ୍ୟା, ଦକ୍ଷିଣ ଓଡ଼ିଶା ହେବ ଛାରଖାର
