ବର୍ଷ ଆରମ୍ଭରୁ ବଡ ଝଟକା। ପ୍ରଥମ ଦିନରେ ହିଁ ହୋଇଛି ମହଙ୍ଗା ମାଡ ଯାହାକୁ ନେଇ ଚିନ୍ତାରେ ଖାଉଟି । କାରଣ ଅଏଲ ମାର୍କେଟିଙ୍ଗ କମ୍ପାନୀ ଗୁଡିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ବଡ ଧରଣର ବୃଦ୍ଧି କରିଛନ୍ତି । ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତା ପରି ସହର ଗୁଡିକ ସହିତ ସାରା ଦେଶରେ ଏଲପିଜିର ମୂଲ୍ୟ ବଢିଛି । ଅଏଲ କମ୍ପାନୀ ଗୁଡିକ ପ୍ରାୟତଃ ୧୯ କେଜି କମର୍ସିଆଲ ସିଲିଣ୍ଡରର ଦାମ ବଢାଇ ଦେଇଛନ୍ତି ପ୍ରତି ସିଲିଣ୍ଡର ପିଛା ୧୧୧ ଟଙ୍କା ପର୍ଯ୍ୟନ୍ତ ବଢାଯାଇଛି । କିନ୍ତୁ ୧୪ କିଲୋ ବିଶିଷ୍ଟ ଘରୋଇ ସିଲିଣ୍ଡରର ଦରରେ କୈଣସି ପରିବର୍ତ୍ତନ ଆସିନାହିଁ ଯାହା ଖାଉଟି ମାନଙ୍କୁ ଟିକିିଏ ଆସ୍ୱସ୍ତି ଦେଇଛି । ତେବେ ଏହି ଦର ଜାନୁଆରୀ ୧ ତାରିଖରୁ ଲାଗୁ କରାଯାଇଛି । ଦିଲ୍ଲୀରେ ଯେଉଁ ୧୯ କେଜି କମର୍ସିଆଲ ସିଲିଣ୍ଡର ଗ୍ୟାସର ମୂଲ୍ୟ ୧୫୮୦.୫୦ ମୂଲ୍ୟ ଥିଲା ସେହି ମୂଲ୍ୟ ବଢି ୧୬୯୧.୫୦ଟଙ୍କାକୁ ବୃଦ୍ଧି ପାଇଛି । କୋଲକାତାରେ ଏହାର ମୂଲ୍ୟ ୧୬୮୪ ଟଙ୍କାରୁ ବୃଦ୍ଧି ହୋଇ ୧୭୯୫ ଟଙ୍କାକୁ ବୃଦ୍ଧି ହୋଇଛି । ତେବେ ଏହି ସହର ସମେତ ଅନ୍ୟ ସହର ଗୁଡିକରେ ମଧ୍ୟ କମର୍ସିଆଲ ଗ୍ୟାସର ଦର ବଢିଛି ।
ବଢିଲା ଗ୍ୟାସ ଦର
