ହାର୍ଟ ଆଟାକ୍ ହେବା ପୂର୍ବରୁ ସ୍ୱାସ୍ଥ୍ୟରେ ଦେଖାଦିଏ ଅନେକ ପ୍ରକାର ଲକ୍ଷଣ

ହାର୍ଟ ଆଟାକ୍ ହେବାର ଗୋଟିଏ ମାସ ପୂର୍ବରୁ କିଛି ସଙ୍କେତ ଦେବା ଆରମ୍ଭ କରିଥାଏ । ଯାହାକୁ ଯଦି ଅଣଦେଖା କରିବେ ତେବେ ହାର୍ଟ ଆଟାକରେ ଜୀବନ ମଧ୍ୟ ଯାଇପାରେ । ଏମିତି କିଛି ଲକ୍ଷଣ ଅଛି ଯାହା ହାର୍ଟ ଆଟାକ୍ ହେବାର ଏକ ମାସ ପୂର୍ବରୁ ଦେଖାଦେଇଥାଏ ।
ପାଦ ଫୁଲିବା: ହୃତପିଣ୍ଡ ଆମ ଶରୀରର ଏମିତି ଅଙ୍ଗ ଯାହା ୨୪ ଘଣ୍ଟା କାମ କରିଥାଏ । କାରଣ ଏହାର କାମ ପୁରା ଶରୀରରେ ବ୍ଲଡ୍ ସପ୍ଲାୟ କରିବା । ଯେତେବେଳେ ଶରୀରର କୌଣସି ଅଙ୍ଗକୁ ରକ୍ତ ପ୍ରବାହିତ ହୋଇନଥାଏ ସେତେବେଳେ ତାହା ଫୁଲିବା ଆରମ୍ଭ ହୋଇଥାଏ । ଖାସ୍ କରି ଯେବେ ଆପଣଙ୍କ ପାଦ ଫୁଲିବା ଆରମ୍ଭ ହୁଏ ଜାଣନ୍ତୁ ଏହା ହାର୍ଟ ଆଟାକ୍ ଆସିବାର ଲକ୍ଷଣ ।
ସବୁବେଳେ ଥଣ୍ଡା, କାଶ ଲାଗି ରହିବା: ସାଧାରଣ ଥଣ୍ଡା ଜର ହେଲେ ୩/୪ ଦିନରେ ଠିକ୍ ହୋଇଯାଇଥାଏ । କିନ୍ତୁ ଯଦି ଲଗାତାର ଥଣ୍ଡା ଜର ଲାଗି ରହେ ତେବେ ଜାଣନ୍ତୁ ଆପଣଙ୍କୁ ହାର୍ଟ ଆଟାକ୍ ଆସିପାରେ । କାରଣ ଥଣ୍ଡା ଜର ସମୟରେ ହୃତପିଣ୍ଡକୁ ବେଶି ପରିଶ୍ରମ କରିବାକୁ ପଡିଥାଏ ଏବଂ ଫୁସଫୁସରେ ରକ୍ତ ପ୍ରବାହ ବଢିଯାଇଥାଏ । ଯାହା ଫଳରେ ଆପଣଙ୍କ ଉପରେ ଅତିରିକ୍ତ ଚାପ ପଡିଥାଏ ଯାହା ହାର୍ଟ ଆଟାକର କାରଣ ହୋଇଥାଏ ।
ନିଶ୍ୱାସ ନେବାରେ କଷ୍ଟ ହେବା: ଯଦି ଆପଣଙ୍କୁ କୌଣସି ରୋଗ ନାହିଁ ଅଥଚ ନିଶ୍ବାସ ନେବାରେ କଷ୍ଟ ହେଉଛି ଅର୍ଥାତ୍ ହାର୍ଟ ସଠିକ୍ ଭାବରେ କାମ କରୁନାହିଁ । ଯେତେବେଳେ ହାର୍ଟ ସଠିକ୍ ଭାବରେ କାମ କରେନି ସେତେବେଳେ ଫୁସଫୁସରେ ଅମ୍ଳଜାନ ପହଞ୍ଚିବାରେ ଅସୁବିଧା ହୋଇଥାଏ । ଯାହା ଫଳରେ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ ।
ମୁଣ୍ଡ ବୁଲାଇବା: ଯାହାର ହୃତପିଣ୍ଡ ଦୁର୍ବଳ ହୋଇଥାଏ ତେବେ ତାର ସମ୍ପୂର୍ଣ୍ଣ ଶରୀରରେ ରକ୍ତ ପ୍ରବାହ ପ୍ରଭାବିତ ହୋଇଥାଏ । ଆଉ ଯେତିକି ଅକ୍ସିଜେନ୍ ଆମ ଶରୀରରୁ ଆବଶ୍ୟକ ତାହା ମିଳିପାରିନଥାଏ । ଯାହା ପରିଣାମ ସ୍ଵରୁପ ମୁଣ୍ଡ ବୁଲାଇଥାଏ ।
ବିନା ପରିଶ୍ରମରେ ଥକି ଯିବା: ହାର୍ଟ ଆଟାକ୍ ଆସିବାର ପ୍ରାୟ ୨୫ ଦିନ ପୂର୍ବରୁ ଏପରି ଅନୁଭୂତ ହୋଇଥାଏ । କିଛି କାମ ନକରି ଶରୀର ଥକା ଥକା ଲାଗିଥାଏ । ଏହି ଲକ୍ଷଣରୁ ଜାଣନ୍ତୁ ଯେ ଧୀରେ ଧୀରେ ହାର୍ଟ ଆଟାକ୍ ଆପଣଙ୍କ ନିକଟକୁ ଆସୁଛି । ଏହାର କାରଣ ହେଉଛି ଯେତେବେଳେ ବହୁତ ଅଧିକ ମାତ୍ରାରେ ତେଲ କିମ୍ବା ଫ୍ୟାଟ ଯୁକ୍ତ ଖାଦ୍ୟ ଖାଉ ସେତେବେଳେ ଧମନୀରେ କୋଲେଷ୍ଟ୍ରଲ୍ ଜମା ହେବା ଆରମ୍ଭ ହୋଇଥାଏ । ଯାହା ଫଳରେ ବ୍ଲଡ୍ ଭେସେଲ୍ସ ଜମାଟ ବାନ୍ଧିଥାଏ । ଜମାଟ ବାନ୍ଧିବା ଦ୍ୱାରା ହାର୍ଟକୁ ଅତିରିକ୍ତ କାମ କରିବାକୁ ପଡିଥାଏ ଏବଂ ଅଧିକ ଚାପ ଲାଗିଥାଏ । ଯାହା ଫଳରେ ହାର୍ଟ ଆଟାକର ସମ୍ଭାବନା ବଢିଯାଇଥାଏ ।
ଛାତି ଭିତରେ ଅସହଜ ଅନୁଭବ ହେବା: ଯେତେବେଳେ କାହାକୁ ହାର୍ଟ ଆଟାକ୍ ଆସିବାର ଥାଏ ତାର କିଛି ଦିନ ଆଗରୁ ଲାଗିଥାଏ ଯେମିତି ଛାତି ଭିତରେ କିଛି ହେଉଛି । ଛାତି ଜଳିବା କିମ୍ବା ଚାପ ରହିବା ଭଳି ଲାଗିଥାଏ ।

Leave a Reply

Your email address will not be published. Required fields are marked *