ଦେଶ ବିଦେଶବାଣିଜ୍ୟସ୍ପେସିଆଲ ଷ୍ଟୋରି କାର୍ରେ ୯୦ ମିନିଟ୍ର ଯାତ୍ରା ସରିବ ମାତ୍ର ୭ ମିନିଟ୍ରେ : ୨୦୨୬ରେ ଉଡ଼ିବ ଇଲେକ୍ଟ୍ରିକ୍ ଏୟାର ଟାକ୍ସି Focus PlusNovember 10, 2023November 10, 2023 ନୂଆଦିଲ୍ଲୀ: ଭାରତରେ ୨୦୨୬ ସୁଦ୍ଧା ଇଲେକ୍ଟ୍ରିକ୍ ଏୟାର ଟାକ୍ସି ଉଡ଼ିବ। ଏଥିପାଇଁ ଇଣ୍ଡିଗୋର ମାଲିକାନା ରଖିଥିବା ସଂସ୍ଥା ଇଣ୍ଟରଗ୍ଲୋବ ଓ ଆମେରିକାର ଆର୍ଚର ଆଭିଏସନ ମଧ୍ୟରେ ସହଯୋଗିତା ହୋଇଛି। ଆର୍ଚର ଆଭିଏସନ୍ ଇଲେକ୍ଟ୍ରିକ ଏୟାର ଟାକ୍ସି ବିକାଶ କରୁଛି। ଜନବହୁଳ ସହରଗୁଡ଼ିକରେ ଟ୍ରାଫିକ ଜାମ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଏୟାର ଟାକ୍ସି ତାହାର ସମାଧାନ କରିପାରିବ। କାର୍ରେ ଯେଉଁ ବାଟ ଅତିକ୍ରମ କରିବା ଲାଗି ୯୦ ମିନିଟ୍ ଲାଗୁଛି, ଏୟାର ଟାକ୍ସିରେ ସେଠାରେ ୭ ମିନିଟ୍ରେ ପହଞ୍ଚିହେବ। ଗୋଟିଏ ଏୟାର ଟାକ୍ସି ୪ ଜଣ ଯାତ୍ରୀ ଓ ଜଣେ ପାଇଲଟଙ୍କୁ ନେଇ ଗୋଟିଏ ଚାର୍ଜରେ ୧୬୧ କିମି ଯାତ୍ରା କରିପାରିବ। ଉଭୟ କଂପାନି ମିଶି ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୦ ଏୟାର ଟାକ୍ସି ନେଇ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁରୁ ସେବା ଆରମ୍ଭ କରିବେ। ଇ-ଏୟାର ଟାକ୍ସିକୁ ପଣ୍ୟ ପରିବହନ, ଲଜିଷ୍ଟିକ୍ସ, ମେଡିକାଲ, ଜରୁରୀକାଳୀନ କାର୍ଯ୍ୟ ଏବଂ ଚାର୍ଟର ସେବାରେ ବ୍ୟବହାର କରିବାକୁ ଇଣ୍ଟରଗ୍ଲୋବ ଯୋଜନା ରଖିଛି।
50,407 ନୂତନ କୋଭିଡ୍ ମାମଲା ସହିତ, ଭାରତ ଦୈନିକ ସଂକ୍ରମଣରେ 13.2% ହ୍ରାସ ପାଇଛି; ମୃତ୍ୟୁରେ ସାମାନ୍ୟ ବୃଦ୍ଧି | ଶନିବାର ଦିନ ଭାରତ 50,407 ନୂତନ କୋଭିଡ -19 ମାମଲା ରେକର୍ଡ କରିଛି, ଯାହା ଗତକାଲି ତୁଳନାରେ 13.2 ପ୍ରତିଶତ କମ୍ ଅଟେ। ତେବେ ଗତ 24…
ଶାନ୍ତି ଚୁକ୍ତିକୁ ଉଲଂଘନ କରି ପୁଣି ହେଲା ହିଂସା ଥମିବାର ନାଁ ନେଉନି ମଣିପୁର ରେ ଚାଲିଥିବା ହିଂସା । ୨୪ ଘଣ୍ଟା ଭିତରେ ଶାନ୍ତି ଚୁକ୍ତିକୁ ଉଲଂଘନ କରି ପୁଣି ଥରେ ହେଲା ମଣିପୁରରେ ହିଂସା।…
ନାଗପୁରରେ ନକଲି ସରୋଗେସି ରାକେଟର ପର୍ଦ୍ଦାଫାସ, ନବଜାତକୁ ବିକିଲେ ଡାକ୍ତର ଆମେ ଡାକ୍ତରଙ୍କୁ ଭଗବାନଙ୍କ ଭଳି ମାନିଥାଉ । ହେଲେ ହାତ ଗଣତି କିଛି ଟଙ୍କା ପାଇଁ ସେମାନେ ଭଗବାନରୁ ସୈତାନ ପାଲଟିଯାଆନ୍ତି, ତାହାର ସଦ୍ୟତମ ଘଟଣା ଦେଖିବାକୁ…