ଦେଶ ବିଦେଶବାଣିଜ୍ୟସ୍ପେସିଆଲ ଷ୍ଟୋରି କାର୍ରେ ୯୦ ମିନିଟ୍ର ଯାତ୍ରା ସରିବ ମାତ୍ର ୭ ମିନିଟ୍ରେ : ୨୦୨୬ରେ ଉଡ଼ିବ ଇଲେକ୍ଟ୍ରିକ୍ ଏୟାର ଟାକ୍ସି Focus PlusNovember 10, 2023November 10, 2023 ନୂଆଦିଲ୍ଲୀ: ଭାରତରେ ୨୦୨୬ ସୁଦ୍ଧା ଇଲେକ୍ଟ୍ରିକ୍ ଏୟାର ଟାକ୍ସି ଉଡ଼ିବ। ଏଥିପାଇଁ ଇଣ୍ଡିଗୋର ମାଲିକାନା ରଖିଥିବା ସଂସ୍ଥା ଇଣ୍ଟରଗ୍ଲୋବ ଓ ଆମେରିକାର ଆର୍ଚର ଆଭିଏସନ ମଧ୍ୟରେ ସହଯୋଗିତା ହୋଇଛି। ଆର୍ଚର ଆଭିଏସନ୍ ଇଲେକ୍ଟ୍ରିକ ଏୟାର ଟାକ୍ସି ବିକାଶ କରୁଛି। ଜନବହୁଳ ସହରଗୁଡ଼ିକରେ ଟ୍ରାଫିକ ଜାମ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଏୟାର ଟାକ୍ସି ତାହାର ସମାଧାନ କରିପାରିବ। କାର୍ରେ ଯେଉଁ ବାଟ ଅତିକ୍ରମ କରିବା ଲାଗି ୯୦ ମିନିଟ୍ ଲାଗୁଛି, ଏୟାର ଟାକ୍ସିରେ ସେଠାରେ ୭ ମିନିଟ୍ରେ ପହଞ୍ଚିହେବ। ଗୋଟିଏ ଏୟାର ଟାକ୍ସି ୪ ଜଣ ଯାତ୍ରୀ ଓ ଜଣେ ପାଇଲଟଙ୍କୁ ନେଇ ଗୋଟିଏ ଚାର୍ଜରେ ୧୬୧ କିମି ଯାତ୍ରା କରିପାରିବ। ଉଭୟ କଂପାନି ମିଶି ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୦ ଏୟାର ଟାକ୍ସି ନେଇ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁରୁ ସେବା ଆରମ୍ଭ କରିବେ। ଇ-ଏୟାର ଟାକ୍ସିକୁ ପଣ୍ୟ ପରିବହନ, ଲଜିଷ୍ଟିକ୍ସ, ମେଡିକାଲ, ଜରୁରୀକାଳୀନ କାର୍ଯ୍ୟ ଏବଂ ଚାର୍ଟର ସେବାରେ ବ୍ୟବହାର କରିବାକୁ ଇଣ୍ଟରଗ୍ଲୋବ ଯୋଜନା ରଖିଛି।
୩ ସାମ୍ବାଦିକଙ୍କ ବିରୋଧରେ ଏତଲା ଫୋକସ ପ୍ଲସ(ବ୍ୟୁରୋ)୨୨/୦୮/୨୦୨୨: ମଧ୍ୟପ୍ରଦେଶର ଭୀଣ୍ଡ ପୋଲିସ ତିନି ଜଣ ସାମ୍ବାଦିକଙ୍କ ବିରୋଧରେ ଜାଲିଆତି ମାମଲା ରୁଜୁ କରିଛି ଯେଉଁଥିରେ ଆମ୍ବୁଲାନ୍ସ ଅଭାବରୁ ଜଣେ ବୃଦ୍ଧଙ୍କୁ ହ୍ୟାଣ୍ଡକାର୍ଟରେ ଡାକ୍ତରଖାନାକୁ…
ଅତ୍ୟଧିକ ଡିହାଇଡ୍ରେସନ୍: ପ୍ରଚୁର ଜଳର ଅଭାବ ହେଲେ ଆପଣଙ୍କ ଶରୀର ଭିତରେ କ’ଣ ହୁଏ? ଫୋକସପ୍ଲସ 21/05/2023(ବ୍ୟୁରୋ) :ଭାରତରେ ଉତ୍ତାପ ତରଙ୍ଗ: ଦେଶର ଅନେକ ରାଜ୍ୟରେ ହଠାତ୍ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଗରମ ଗ୍ରୀଷ୍ମ ପ୍ରବାହରେ ଅତ୍ୟଧିକ ଉତ୍ତାପ ଆମର ସାମଗ୍ରିକ…
ନିରାଶ ହେଲେ ପଲଟୁରାମ ଚାଚା ନୀତିଶ ରାଜନୀତିରେ ସବୁବେଳେ ନିଜ ସ୍ୱାର୍ଥ ଦେଖି ପଟ୍ଟ ପରିବର୍ତ୍ତନ କରୁଥିବା ପଲଟୁରାମ ଚାଚା ନୀତିଶ କୁମାର ନିରାଶ | ବିହାର ପାଇଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ…