ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ :

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ : ଗଞ୍ଜାମ ଜିଲ୍ଲାରେ ଆଭାସୀ ମାଧ୍ୟମରେ ସିଧା ପ୍ରସାରଣ ଦେଖିଲେ ବହୁ ହିତାଧିକାରୀ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ୱାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଯାଇଛି l ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କୁ ଏଣିକି ୫ କିଲୋ ବଦଳରେ ୧୦ କିଲୋ ଚାଉଳ ମିଳିବ l ଏହି ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ପ୍ରସାରଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଓ ଜିଲ୍ଲା ପରିଷଦର ସିଡିଓ ସମୀର କୁମାର ଜେନା ଯୋଗ ଦେଇ ସିଧା ପ୍ରସାରଣ ଦେଖିଥିଲେ .

ଏହା ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ ହିତାଧିକାରୀ ମାନେ ଯୋଗ ଦେଈ ସିଧା ପ୍ରସାରଣ କୁ ଆଭାସୀ ମାଧ୍ୟମରେ ଦେଖିଥିଲେ l ଗଞ୍ଜାମ ଜିଲ୍ଲାରେ ୮ ଲକ୍ଷ ୧୮ ହଜାର ୭୫୯ ଟି ପରିବାରର ୨୬ ଲକ୍ଷ ୫୪ ହଜାର ୫୮୦ ଜଣ ହିତାଧିକାରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଗତ ଅପ୍ରେଲ ମାସ ଠାରୁ ମୁଣ୍ଡପିଛା ୧୦ କେଜି ଚାଉଳ ପାଇବେ ହିତାଧିକାରୀ l ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ହିତାଧିକାରୀ ଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା l ଶେଷରେ ବିଭିନ୍ନ ଅଙ୍ଗନବାଡି କର୍ମୀ ଙ୍କୁ ମୋବାଇଲ ବଣ୍ଟନ କରାଯାଇଥିଲା l

Leave a Reply

Your email address will not be published. Required fields are marked *