ସାଇଙ୍କୁ ଚେତେଇ ଦେଲେ ତୁଳସୀ ମାଲିକ ନାଣ୍ଡୁ ବାବୁ।

ଭୁବନେଶ୍ୱର (ଫୋକସ ପ୍ଲସ ବ୍ୟୁର )ଶ୍ରୀଯୁକ୍ତ ଧଳ କହିଛନ୍ତି ଯେ, ସାଇ ମୋ ସହ ସେ ୫ ବର୍ଷ ପାଇଁ ରାଜିନାମା କରିଛି । ତେଣୁ ଆଗାମୀ ଯାତ୍ରା ଋତୁରେ ମୋ ସହ ରହିବାକୁ ବାଧ୍ୟ । ଅଧିକ ଟଙ୍କା ଲୋଭରେ ସେ ମୋ ନାଁରେ ମିଛ ଅଭିଯୋଗ ଆଣି ଅନ୍ୟ ପାର୍ଟି ଯାଉଛି । ଦେହ ଖରାପ ହେବାର ମିଛ ନାଟକ କରୁଛି ସାଇ । ତାର କୌଣସି କ୍ଷତି କରିବା କେବେ ମୁଁ ଭାବିନି । ସେ ମୋ ନାଁରେ ମିଛ କହୁଛି । ମୁଁ କାହାକୁ କେବେ ମାରିବାକୁ ଚେଷ୍ଟା କରେନାହିଁ । ମୋ ପାର୍ଟିର ଯାହା କ୍ଷତି ହବ ସେଥିପାଇଁ ଦାୟୀ ରହିବ ସାଇ ।

ଉଲ୍ଲେଖଯୋଗ୍ୟ, ମାଆଙ୍କ ପରେ ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁ ଓରଫ ଅନନ୍ତ ନାରାୟଣ ଧଳଙ୍କ ନାଁରେ ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଥିଲେ ଅଭିନେତା ସାଇ ସତ୍ୟଜିତ୍ ପଣ୍ଡା । 

Leave a Reply

Your email address will not be published. Required fields are marked *