ଆଇସିସି ଟି୨୦ ବିଶ୍ବକପ୍ ୨୦୨୬ର ତୃତୀୟ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଏବଂ ଆମେରିକା। ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପୂର୍ବରୁ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଆମେରିକା। ତେବେ ପ୍ରଥମେ ମଇଦାନକୁ ଓହ୍ଲାଇବ ସୂର୍ଯ୍ୟ ବାହିନୀ। ଆମେରିକା ଦଳରେ ମଧ୍ୟ ଭାରତୀୟ ବଂଶୋଦ୍ଭବ ଖେଳାଳୀଙ୍କ ସଂଖ୍ୟା ଅଧିକ ରହିଛି। ତେବେ ଆଜିର ମ୍ୟାଚରେ ଭାରତ ଉତ୍କୃଷ୍ଟ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ଏହାରି ଭିତରେ କ୍ରିକେଟ ପ୍ରେମୀଙ୍କୁ ଝଟକା ଦେବା ଭଳି ଏକ ଖବର ରହିଛି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ ଜସପ୍ରିତ ବୁମରାହ, ସଞ୍ଜୁ ସାମସନ ଏବଂ ୱାଶିଂଟନ ସୁନ୍ଦର ଖେଳୁନାହାନ୍ତି। ବୁମରାହଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସ୍ଥାନ ଦିଆଯାଇଛି।
ଭାରତର ଚୁଡ଼ାନ୍ତ ଏକାଦଶ:
ଇଶାନ କିଶନ (ୱିକେଟ୍ କିପର), ଅଭିଷେକ ଶର୍ମା, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ରିଙ୍କୁ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ
