ଭାରତକୁ ଫେରିଲା ୬୪ହଜାର ଟନ୍ ସୁନା

ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଗତ ଛଅ ମାସ ମଧ୍ୟରେ ବିଦେଶରେ ଗଚ୍ଛିତ ଥିବା ୬୪ ହଜାର କିଲୋଗ୍ରାମ ସୁନା ଫେରାଇ ଆଣିଛି । ସେପ୍ଟେମ୍ବର ୨୦୨୫ ଶେଷ ସୁଦ୍ଧା, RBI ପାଖରେ ମୋଟ ୮୮୦.୮ ଟନ୍ ସୁନା ରହିଛି ଯାହା ମଧ୍ୟରୁ ୫୭୫.୮ ଟନ୍ ବର୍ତ୍ତମାନ ଭାରତରେ ରଖାଯାଇଛି। ଏହି ସମୟରେ, ପ୍ରାୟ ୨୯୦.୩ ଟନ୍ ସୁନା ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ବ୍ୟାଙ୍କ ଫର ଇଣ୍ଟରନ୍ୟାସନାଲ୍ ସେଟେଲମେଣ୍ଟ୍ସ ଭଳି ବିଦେଶୀ ସଂସ୍ଥା ପାଖରେ ରହିଛି । ୩୧ ମାର୍ଚ୍ଚ, ୨୦୨୪ ସୁଦ୍ଧା ଏହି ସଂଖ୍ୟା ୮୨୨.୧୦ ଟନ୍ ଥିଲା । ଏହାର ଅର୍ଥ ହେଉଛି ଗୋଟିଏ ବର୍ଷରେ ସୁନାର ପରିମାଣ ୫୭.୪୮ ଟନ୍ ବୃଦ୍ଧି ପାଇଛି । ମୁମ୍ବାଇ ଏବଂ ନାଗପୁରରେ ସୁରକ୍ଷିତ ଭାବରେ ସୁନା ସଂରକ୍ଷଣ ପାଇଁ RBI ‘ସୁନା ଭଣ୍ଡାର’ ସ୍ଥାପନ କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *