ଅପରାଧରାଜ୍ୟ ଜଟିଳ ହେଉଛି ଧାଡ଼ିଆମ୍ବ ଘଟଣା, ଗିରଫ ସ୍ବାମୀ ଙ୍କ ସ୍ତ୍ରୀ ମୃତ। ପୋଲିସ୍ ମାଡ ମାରିଥିବା ଅଭିଯୋଗ। FOCUS PLUSFebruary 24, 2022 ପାତ୍ରପୁର,୨୪/୦୨ ଜରଡ଼ା ଥାନା ଅନ୍ତର୍ଗତ ଧାଡ଼ି ଆମ୍ବ ଗ୍ରାମର ରାହାସ ଶବର ର ମୃତ୍ୟୁ ପୋଲିସ୍ ମାଡ଼ ରେ ମୃତ୍ୟୁ ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରିବାର ବର୍ଗ। ଘଟଣା ରୁ ପ୍ରକାଶ ଯେ ଗତକାଲି ପାତ୍ରପୁର ବି ଡି ଓ ପ୍ରକାଶ ଚନ୍ଦ୍ର ଦାସ କୁ ଭୋଟର ତାଲିକା ରେ ନାମ ନ ଥିବା ପ୍ରତିବାଦ ରେ ଧାଡ଼ିଆମ୍ବ ଗ୍ରାମବାସୀ ଅପହରଣ କରିଥିଲେ। ପୋଲିସ୍ ଏହି ବିଷୟ କୁ ନେଇ ଦୁଇ ଜଣକୁ ଗିରଫ କରିଥିଲା। ଚକରା ଶବର କୁ ଗିରଫ କଲାବେଳେ ରାହାସ ଶବର ପ୍ରତିରୋଧ କରିବାରୁ ପୋଲିସ୍ ମାଡ ମାରିବା ସହ ରାହାସ ର ଛାତିକୁ ମାରିଥିବା ନେଇ ଚକରା ର ଭାଇ ଖଲି ଶବର ଜରଡ଼ା ଥାନା ରେ ଅଭିଯୋଗ କହିଛନ୍ତି। ଏପଟେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀ ଙ୍କ କଲମ ଛାଡ଼ ଆନ୍ଦୋଳନ ଚାଲିଥିବା ବେଳେ ଧାଡ଼ି ଆମ୍ବ ରେ ରାହାସ ର ମୃତ୍ୟୁ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ର କାରଣ ସାଜିଛି। ଏ ନେଇ ଜରଡ଼ା ଥାନା ରେ ଏକ ଅପମୃତ୍ୟୁ ମାମଲା କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣା ପଡ଼ିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଜଣାପଡ଼ିବ ବୋଲି ଆଇଆଇସି ଭାବା ନନ୍ଦ ପ୍ରଧାନ ପ୍ରକାଶ କରିଛନ୍ତି।
ଉଠା ଜଳସେଚନ ବିଭାଗ ରେ ମହା ଦୁର୍ନୀତି ଫୋକସ ପ୍ଲସ (ଦଶମନ୍ତପୁର)୩୦/୦୬/୨୦୨୨: ଅନା ଆବଶ୍ୟକ ସ୍ଥାନରେ କୋଟି କୋଟି ଟଙ୍କା ବ୍ୟୟ କରି ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରୁଛି ବିଭାଗୀୟ ଅଧିକାରୀ । କିନ୍ତୁ ପ୍ରକୃତରେ…
ଭୁବନେଶ୍ୱର ସବ୍ କଲେକ୍ଟର ଅଫିସ୍ ରେ ଭିଜିଲାନ୍ସ ଚଢ଼ାଉ! ଜୁନିଅର ରେଭେନ୍ୟୁ ଅଫିସର ସୌରଭ ତ୍ରିପାଠୀ ଲାଞ୍ଚ ନେବା ବେଳେ ଧରାପଡ଼ିଲେଜମି ପ୍ରମାଣ ପତ୍ର ପାଇଁ ନେଉଥିଲେ ₹30,000ଭିଜିଲାନ୍ସ ଟିମ୍ ର ଚଢ଼ାଉ, ଟଙ୍କା ଜବତ୍ଅଭିଯୁକ୍ତଙ୍କ ବିରୁଦ୍ଧରେ…
ବିଧବାଙ୍କୁ ମିଳୁନି ବିଧବା ଭତା ଫୋକସ ପ୍ଲସ (ଲାଞ୍ଜିଗଡ)୨୩/୦୬/୨୦୨୨: ଲାଞ୍ଜିଗଡ ବ୍ଲକ ଲାଖବାହାଳି ପଞ୍ଚାୟତ ଦୋରାସାର୍ଲି ଗାଁ ର ଚନ୍ଦ୍ରମା ସାହୁ ସ୍ୱାମୀ ଙ୍କୁ ହରାଇ ୩ ବର୍ଷ ହେଲା ପରେ ବି…