ରିଲ୍ ହୋଇଗଲା ରିଅଲ! ନିଜ ଜୀବନ ନେଇଗଲେ ମହିଳା,ଝୁଲନ୍ତା ମୃତଦେହ ଦେଖିଲା କୁନିଝିଅ

ଫୋକସ ପ୍ଲସ ବ୍ୟୁର: ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ରିଲ୍ କରିବା ସମୟରେ ଭୁଲବଶତଃ ନିଜ ଜୀବନ ନେଇଛନ୍ତି । ଏଠି ରିଲ୍ ହୋଇଯାଇଛି ରିଅଲ । 

ମୃତ ମହିଳା ଜଣକ ହେଉଛନ୍ତି ୨୭ ବର୍ଷୀୟ ମୋହିନି । ତାଙ୍କ ପରିବାରର କହିବା ମୁତାବକ, ସେ ନିଜକୁ ଫାଶୀ ଦେବାର ଏକ ଭିଡିଓ ସୁଟ୍ କରୁଥିଲେ । ଏଥିଲାଗି ସେ ନିଜ ବେକରେ ଏକ କପଡ଼ା ବାନ୍ଧି ଷ୍ଟୁଲ୍ ଉପରେ ଛିଡ଼ା ହୋଇଥିଲେ । ଠିକ୍ ଏହି ସମୟରେ ଅସାବଧାନତା ବଶତଃ ତାଙ୍କର ଗୋଡ଼ ଖସି ବେକରେ ବନ୍ଧା ଯାଇଥିବା କପଡ଼ାଟି ଭିଡି ହୋଇଯାଇଥିଲା । ତେବେ ଏହି ଘଟଣାଟି କିପରି ଘଟିଲା ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ । ମହିଳା ଜଣକ ଏକାକୀ ଘର ଭିତରେ ରହି ସୁଟ୍ କରୁଥିବାରୁ ଏହା ଅସାବଧାନତା ଯୋଗଁ ଘଟିଥାଇପାରେ ବୋଲି ପୋଲିସ କହିଛି ।

ଅନେକ ସମୟ ଧରି ମୋହିନୀଙ୍କ ଝୁଲନ୍ତା ମୃତଦେହ ରହିଥିଲା । ତାଙ୍କର ୪ ବର୍ଷର କୁନିଝିଅ ଘରକୁ ପ୍ରବେଶ କରେ ତ, ମାଆକୁ ଏପରି ଅବସ୍ଥାରେ ଦେଖି ଭୟରେ ଖୁବ ଜୋରରେ ଚିତ୍କାର କରିଥିଲା ।

Leave a Reply

Your email address will not be published. Required fields are marked *