ନୋ ଡ୍ରୋନ୍ ଜୋନ୍ ହେବ ବାଲିଯାତ୍ରା ପଡ଼ିଆ

କଟକ : ନଭେମ୍ବର ୧ରୁ ନଭେମ୍ବର ୧୫ ଯାଏ ବାଲିଯାତ୍ରା ପଡ଼ିଆକୁ ନୋ ଡ୍ରୋନ୍ ଜୋନ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ବାଲିଯାତ୍ରା ସମୟରେ ବାଲିଯାତ୍ରା ପଡ଼ିଆଠାରୁ ୫ କି.ମି ଭିତରେ ଉଡିପାରିବନି ଡ୍ରୋନ୍ । ବାଲିଯାତ୍ରା ୫ ନଭେମ୍ବରରୁ ୧୨ ନଭେମ୍ବର ଯାଏ ଚାଲିବ । ଅନୁମାନ କରାଯାଉଛି ୫୦ ଲକ୍ଷରୁ ଅଧିକ ଜନ ସମାଗମ ହେବ। ଅନେକ ଭିଆଇପି ଓ ଭିଭିଆଇପି ଆସିବାକୁ ନେଇ ଜଣାପଡିଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ନଭେମ୍ବର ୧ରୁ ନଭେମ୍ବର ୧୫ ଯାଏ ବାଲିଯାତ୍ରା ପଡ଼ିଆଠାରୁ ୫ କି.ମି ପର୍ଯ୍ୟନ୍ତ ଅଞ୍ଚଳକୁ ନୋ ଡ୍ରୋନ୍ ଜୋନ ଘୋଷଣା ହୋଇଛି । ବାଲିଯାତ୍ରା ସମୟରେ ସେହି ଅଞ୍ଚଳରେ ହଟ ଏୟାର ବେଲୁନ କିମ୍ବା ଡ୍ରୋନ ଉଡାଣ ନିଷେଦ୍ଧ ହୋଇଛି ।

Leave a Reply

Your email address will not be published. Required fields are marked *