ଡିପ୍ରେସନରୁ ଜୀବନ ହାରିଲେ ସାଉଥ୍ ଅଭିନେତ୍ରୀ

ସାଉଥ୍ ସିନେମାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣାଶୁଣା କନ୍ନଡ ଏବଂ ତାମିଲ ଟିଭି ଅଭିନେତ୍ରୀ ନନ୍ଦିନୀ ସି.ଏମ୍. ଜୀବନ ହାରିଛନ୍ତି । ଏହି ଘଟଣା ତାଙ୍କ ବେଙ୍ଗାଲୁରୁ ସ୍ଥିତ ଘରେ ଘଟିଛି । ନନ୍ଦିନୀ ଏକ ସୁଇସାଇଡ୍ ନୋଟ ଛାଡିଛନ୍ତି, ଯେଉଁଥିରେ ଲେଖାଅଛି ତାଙ୍କ ମୃତ୍ୟୁର କାରଣ । ନନ୍ଦିନୀ ଲେଖିଛନ୍ତି ଯେ, ତାଙ୍କ ବାପା-ମା ତାଙ୍କୁ ବିବାହ କରିବା ପାଇଁ ଚାପ ପକାଉଥିଲେ । ସେ ବିବାହ ପାଇଁ ମାନସିକ ଭାବରେ ପ୍ରସ୍ତୁତ ନଥିଲେ । ଅଭିନେତ୍ରୀ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ ଅନ୍ୟାନ୍ୟ ବିଭିନ୍ନ କାରଣ ଯୋଗୁଁ ଡିପ୍ରେସନରେ ରହୁଥିଲେ । କିନ୍ତୁ ନନ୍ଦିନୀଙ୍କ ଜୀବନ ହାରିବା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । ପୋଲିସ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରିନାହିଁ ଏବଂ କହିଛି ଯେ ତଦନ୍ତ ସମାପ୍ତ ହେବା ପରେ ସେମାନେ ଅଧିକ ସୂଚନା ପ୍ରଦାନ କରିବେ । ରିପୋର୍ଟ ଅନୁଯାୟୀ, ନନ୍ଦିନୀ ତାଙ୍କ ନୋଟରେ ଲେଖିଛନ୍ତି ଯେ ତାଙ୍କ ପିତାମାତା ତାଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କରିବାକୁ ବାଧ୍ୟ କରୁଥିଲେ । ସେ ଅତ୍ୟନ୍ତ ମାନସିକ ଚାପ ଏବଂ ଯନ୍ତ୍ରଣାରେ ଥିଲେ। ପୋଲିସ ବର୍ତ୍ତମାନ ଚିଠିଟି ସତର୍କତାର ସହ ତଦନ୍ତ କରୁଛି । ନନ୍ଦିନୀଙ୍କ ଦେହାନ୍ତ ପରେ ତାଙ୍କର ଅନେକ ସହ-କଳାକାର ଶୋକ ପ୍ରକାଶ କରିଛନ୍ତି । ନନ୍ଦିନୀ “ଗୌରୀ” ଧାରାବାହିକରେ ନଜର ଆସିଥିଲେ, ଯାହା ତାଙ୍କୁ ଅପାର ଲୋକପ୍ରିୟତା ଦେଇଥିଲା । ଏଥିରେ ସେ ଦୁର୍ଗା ଏବଂ କନକାର ଭୂମିକାରେ ଅଭିନୟ କରିଥିଲେ । ଏହା ଏକ ତାମିଲ ଧାରାବାହିକ ଯାହା ଏବେ ବି ପ୍ରସାରିତ ହେଉଛି । ନନ୍ଦିନୀ ଅନେକ କନ୍ନଡ ଧାରାବାହିକରେ କାମ କରିଥିଲେ, ଯାହା ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ଆଜି ତାଙ୍କର ହଠାତ୍ ମୃତ୍ୟୁ ଖବର ଟିଭିରେ ଶୋକର ଛାୟା ଖେଳିଯାଇଛି । ଅଭିନେତ୍ରୀଙ୍କ ମୃତ୍ୟୁରେ ସମସ୍ତେ ଦୁଃଖିତ ।

Leave a Reply

Your email address will not be published. Required fields are marked *