ବିଶ୍ୱ ଦରବାରରେ ଗୈାରବାନୀତ ହେଲେ କିଟ୍ ଓ କିସ ପ୍ରତିଷ୍ଠାତା । ସଫଳତାର ପାହାଚ ଉପରେ ପାହାଚ ଚଢିବାରେ ଲାଗିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ । ନିଜ ନିଷ୍ଠାପର, ଓ ପରଉପକାରିତା ଭାବ ତାଙ୍କୁ ବିଶ୍ୱ ସ୍ତରରେ ଆଗକୁ ବଢାଇଛି । ସେହି ସଫଳତା ତାଙ୍କୁ ଏବେ ଆଉ ଏକ ପହାଚରେ ପହଁଚାଇଛି । ଜେଇସିଆରସି ୟୁନିଭରସିଟି ନବମ ସମାବର୍ତ୍ତନ ଉତ୍ସବରେ ଡାକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନିତ କରାଯାଇଛି । ଓଡିଶାର କୋଣ ଅନୁକୋଣରୁ ଗରିବ ୪୦ ହଜାର ଆଦିବାସୀ ପିଲାଙ୍କୁ ମାଗଣାରେ ଖାଇବା ପିଇବା ଓ ରହଣି ସହ ଶିକ୍ଷା, କ୍ରୀଡା, ବ୍ୟବସାୟ ପରି ବିଭିନ୍ନ କ୍ଷେତ୍ରରେ ଆଗକୁ ବଢାଇବାର ପ୍ରମୁଖ ହାତ ବଢାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇଛନ୍ତି ଅଚ୍ୟୁତ ସାମନ୍ତ । ତାଙ୍କର ଏହି ସମ୍ମାନ ପରେ ସମାଜସେବାରେ ସେ ଆହୁରି ବ୍ରତି ରହିବାର ଶପଥ ନେଇଛନ୍ତି ।
70 ତମ ଡ଼କ୍ଟରେଟ ପାଇଲେ ଓଡ଼ିଆ ପୁଅ ଅଚ୍ୟୁତ ସାମନ୍ତ
