ପ୍ରେମ ପାଇଁ ୧୨୦ ଦିନରୁ ଅଧିକ ସାଇକେଲ ଚଲାଇଲେ । ଅନୁଗୁଳର ଏକ ଅକ୍ଷାତପଲ୍ଲୀରୁ ସ୍ୱିଡେନ ଯାତ୍ରା କଲେ । ରାଜଧାନୀ ରାଜରାସ୍ତାରୁ ଉଠି ସିଧା ବିଦେଶ ରାଜ ପରିବାର ଜ୍ୱାଇଁ ହେଲେ । ପ୍ରେମିକ ପ୍ରେମିକା ନା ପରସ୍ପରର ଭାଷା ବୁଝି ପାରୁଥିଲେ ନା ସଂସ୍କୃତି । କିନ୍ତୁ ପ୍ରେମର ଅଠାକାଠି ସାଜିଥିଲା କଳା ପ୍ରତି ଭଲ ପାଇବା । ଶୁଣିବାକୁ ଠିକ୍ ପରୀ ରାଇଜର ପ୍ରେମ କାହାଣୀ ଲାଗୁଥିବା ଏ ସତ୍ୟ ଘଟଣା ହେଉଛି ଓଡିଆ ଚିତ୍ରକର ପିକେ ମହାନନ୍ଦିଆ ଓ ରାଜକୁମାରୀ ସାର୍ଲେଟଙ୍କର ।
ରାସ୍ତାରେ ଚିତ୍ର କରୁ କରୁ ସ୍ଵିଡେନର ରାଜକୁମାରୀଙ୍କୁ ବିବାହ
