ଗଞ୍ଜେଇ ସମେତ ବନ୍ଧୁକ ଜବତ; ଜଣେ ଗିରଫ

ଗଞ୍ଜେଇ ଚାଲାଣ କରୁଥିବା ଅପରାଧରେ ଜଣେ ଯୁବକଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୩୦ଗ୍ରାମ ଓଜନର ଗଞ୍ଜେଇ ସହ ଏକ ବନ୍ଧୁକ ଓ ୩ଅଫୁଟା ଗୁଳି ଜବତ କରାଯାଇଥିବା ବେଳେ ଏହି ବେଆଇନ ନିଶା କାରବାରରେ ବ୍ୟବହୃତ ଏକ ବାଇକକୁ ମଧ୍ୟ ଜବତ କରିଛି ରାସଗୋବିନ୍ଦପୁର ପୁଲିସ।ମିଳିଥିବା ସୂଚନା ମୁତାବକ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ରଙ୍ଗାମାଟିଆ ସ୍ଥିତ ବିମାନ ବନ୍ଦର ପଡ଼ିଆ ନିକଟରେ ବେଆଇନ ନିଶା କାରବାର ହେଉଥିବା ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ରାସଗୋବିନ୍ଦପୁର ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଟିମ ରବିବାର ଅପରାହ୍ନରେ ଉକ୍ତ ସ୍ଥାନରେ ଚଢାଉ କରି ବେତନାସିଆ ଗ୍ରାମର ଗଜେନ୍ଦ୍ର ବେହେରାଙ୍କ ପୁଅ ସୁଜିତ ବେହେରା (ଜିତୁ)ଙ୍କ ନିକଟରୁ ୧୩୨ଗ୍ରାମ ଓଜନର ଗଞ୍ଜେଇ ସହ ଏକ ବନ୍ଧୁକ ଓ ୩ଅଫୁଟା ଗୁଳି ଜବତ କରିଥିବା ବେଳେ ଏକ ବାଇକକୁ ମଧ୍ୟ ଜବତ କରାଯାଇଥିଲା।ତେବେ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଜିତୁକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରୁଥିବା ଖବର ଆସୁଚି ତେବେ ଜିଲ୍ଲାରେ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *