ଭୋଗରାଇ ବ୍ଲକ ମନୁ ନଗର ଗ୍ରାମର ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଚାଲାଣ ଘଟଣାକୁ ନେଇ ତୀବ୍ର ହେଉଛି ଗ୍ରାମବାସୀଙ୍କ ଆକ୍ରୋଶ । ବାଲି ମାଫିଆଙ୍କୁ ତୁରନ୍ତ ଗିରଫ କରିବା ଦାବିରେ କମର୍ଦ୍ଦା ଥାନା ସମ୍ନାରେ ଗ୍ରାମବାସୀମାନେ ଅlମରଣ ଅନଶନରେ ବସିଛନ୍ତି । ଦୀର୍ଘଦିନ ଧରି ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ଦିନ ରାତି ବାଲି ଉତ୍ତୋଳନ ଓ ଚୋରା ଚାଲାଣ ହେଉଥିବା ସତ୍ତ୍ୱେ ପ୍ରଶାସନ କୌଣସି କଠୋର ପଦକ୍ଷେପ ନେଉନାହିଁ ।

ଏହାର ପରିଣାମରେ ନଦୀ ପରିବେଶ ନଷ୍ଟ ହେବା ସହିତ ଗାଁ ଟି ନଦୀ ଗର୍ଭକୁ ଚାଲିଯିବ l ବାଲି ଗାଡ଼ି ରାସ୍ତାରେ ଯିବାରୁ ସ୍କୁଲ ପିଲାଠୁ ଆରମ୍ଭ କରି ୩ଟି ଗାଁ ଲୋକେ ଯାତାୟାତର ଅସୁବିଧା ହେବା ସହିତ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି l ପୂର୍ବରୁ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ଓ ପ୍ରଶାସନ ପକ୍ଷରୁ କୌଣସି ଫଳଦାୟକ କାର୍ଯ୍ୟନୁଷ୍ଠାନ ନ ହେବାରୁ ଶେଷରେ ଗ୍ରାମବାସୀମାନେ ଏହି ଚରମ ପଦକ୍ଷେପ ନେଇଛନ୍ତି । ଯଦି ଶୀଘ୍ର ବାଲି ମାଫିଆଙ୍କୁ ଗିରଫ କରାଯିବ ନାହିଁ, ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବା ସହିତ ଅlମରଣ ଅନଶନ ଜାରି ରହିବ ବୋଲି ମତ ରଖିଛନ୍ତି ସ୍ଥାନୀୟ ବାସିନ୍ଦା .
