ସୁଦୃଢ ହେବ ଓ.ଡ଼ି.ଏମ.ଏମ, ଯାଜପୁର ଶାଖା

ଗତ ୧୯ ତାରିଖ ଯାଜପୁର ଜିଲ୍ଲା ସଠିପୁର ଠାରେ ଓଡ଼ିଶା ଡିଜିଟାଲ୍ ମହାସଂଘର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ମାନ୍ୟବର ସଭାପତି ମନୋଜ କୁମାର ସତପଥିଙ୍କ ନିର୍ଦେଶ କ୍ରମେ ଓଡ଼ିଶା ଡିଜିଟାଲ୍ ମିଡ଼ିଆ ମହାସଂଘର ରାଜ୍ୟ ସାଙ୍ଗଠନିକ ସଂପାଦକ ଗୌରାଙ୍ଗ ଚରଣ ମହି ତଥା କୁନା ମହି ଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା। ସଭାପତି ପଦ୍ମଲୋଚନ ନାୟକ , ସଂପାଦକ ବସନ୍ତ କୁମାର ମଲିକ, ରାଜ୍ୟ ସାଧାରଣ ସଂପାଦକ ପ୍ରଭାସ ଯୋତି,  ସରୋଜ କୁମାର ଧଳ,ନିରୋଜସେଠି ,ଜିତୁ ବେହେରା , ସୁନିଲ ଓଝା ,ଏସକେ ଜାହେଦ,ପ୍ରଭାତ ମଲ୍ଲିକ ସମେତ ସମସ୍ତ କାର୍ଯ୍ୟକାରିତା ମାନେ ଉପସ୍ଥିତ ରହିଥିଲେ ,ଉକ୍ତ ସଭାରେ ଯାଜପୁର ଜିଲ୍ଲାର କୋର କମିଟି ଗଠନ କରିବା ସହିତ ସ୍ବାସ୍ଥ୍ୟ ‌ଓ ଶିକ୍ଷା ଦିଗରେ ଗରିବ ଅସହାୟ ବ୍ୟକ୍ତିମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବା ସହିତ ସରକାରଙ୍କ ପାଖରେ ତାହା ପ୍ରକାସ କରିବା ଆମର  ପ୍ରଥମ ଲକ୍ଷ୍ୟ ଵୋଲି କହିଥିଲେ ସାଙ୍ଗଠନିକ ସଂପାଦକ କୁନା ମହି ,ଆଗକୁ ଡିଜିଟାଲ ମିଡିଆ ଓଡିଶାର ବଳ ରୁପେ କାର୍ଯ୍ୟ କରିଵେ ବୋଲି ମଧ୍ୟ କହିଥିଲେ।

Leave a Reply

Your email address will not be published. Required fields are marked *