ମାଆକୁ ଝୁରି ଝୁରି ଚିନ୍ତାରେ ଛୁଆ ଓରାଙ୍ଗଓଟାନ! ଜ୍ୱର କମିଥିଲେ ବି ଆକ୍ଟିଭ ହେଉ ନାହାନ୍ତି ବୋଲି କହିଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ । ନନ୍ଦନକାନନରେ ଥିବା ୫ ଓରାଙ୍ଗଓଟାନଙ୍କୁ ମିଳୁଛି ମ୍ୟୁଜିକ ଥେରାପି । ଷ୍ଟ୍ରେସ କମାଇବାକୁ ଏବେ କ୍ଲାସିକାଲ ମ୍ୟୁଜିକ ଥେରାପି ଦିଆଯାଉଛି । ଏହା ସହ ଖେଳନା ମଧ୍ୟ ଦିଆଯାଇଛି । ଏବେ ଏକାଠି ରହୁଛନ୍ତି, ସାଙ୍ଗ ହୋଇ ଶୋଉଛନ୍ତି ।

ଷ୍ଟ୍ରେସ କମିବା ପରେ ହେବ ରକ୍ତ ନମୁନା ସଂଗ୍ରହ । ୧୦ ଦିନ ପରେ ଡିଏନଏ ଟେଷ୍ଟ ପାଇଁ ରକ୍ତ ନମୁନା ସଂଗ୍ରହ କରାଯିବ କହିଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ । କ୍ବାରେନଣ୍ଟାଇନରେ ଥିବା ୫ ଓରାଙ୍ଗଉଟାନଙ୍କ ଆଚରଣ ଓ ଗତିବିଧି ଉପରେ ନଜର ରଖାଯାଉଛି । ଦୁଇ ଦିନ ଭିତରେ ଦେଶରେ ଥିବା ଅନ୍ୟ ଚିଡ଼ିଆ ଖାନା କର୍ତ୍ତୃପକ୍ଷଙ୍କ ସହ ଭିସି ଜରିଆରେ ଆଲୋଚନା କରି ମତାମତ ନିଆଯିବ ।
